ନୂଆପଡାରେ ମାଓ ହମଲାରେ ୩ ଯବାନ ସହିଦ

ନୂଆପଡା ୨୧/୬: ନୂଆପଡାରେ ମାଓ ହମଲାରେ ୩ ଯବାନ ସହିଦ । ମାଓବାଦୀଙ୍କ ଗୁଳିରେ ୩ ସିଆରପିଏଫ୍ ଯବାନ ହୋଇଛନ୍ତି । ମଙ୍ଗଳବାର ଅପରାହ୍ନରେ ବୋଡେନ୍ ପାଟଦର୍ହା ଜଙ୍ଗଲରେ ସିଆରପିଏଫ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ସମୟରେ ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ ହୋଇଛନ୍ତି । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ଯବାବରେ ଯବାନ ମଧ୍ୟ ପାଲଟା ଉତ୍ତର ଆକ୍ରମଣ କରିଥିଲେ । ଏବେବି ଘଟଣା ସ୍ଥଳରେ ଗୁଳିବିନିମୟ ଚାଲିଥିବା ନେଇ କୁହାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: