ଆପଣ ଚାହିଁଲେ ବଞ୍ଚିଯିବ ମୋ ବାପା

ରାଜକନିକା,୧୨/୬: ପାଖରେ ଆଉ ପଇସା ନାହିଁ । ବାପା କଟକ ରିଲ୍ଯାକ୍ସ ହସ୍ପିଟାଲରେ ଜୀବନ ସହିତ ସଂଗ୍ରାମ କରୁଛି । ବାପାଙ୍କ ଭଲ ହେବ ପାଇଁ ଦିନ ରାତି କାନ୍ଦି କାନ୍ଦି ଲୋଟିପଡ଼ୁଛନ୍ତି ଏକ ମାତ୍ର ପୁଅ ସତ୍ୟଜିତ। ଯୁବ ସାମ୍ବାଦିକ ସତ୍ୟଜିତ ଏବେ ଅସହାୟ ।  କେବଳ ବିନୀତ ନିବେଦନ ଛଡା ତାଙ୍କ ପାଖରେ ଆଉ କିଛି ନାହିଁ । ଆପଣଙ୍କ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ଦୟାକରି ମୋତେ ସାହାଯ୍ୟ କରନ୍ତୁ, ମୋ ବାପାଙ୍କୁ ବଞ୍ଚାଇ ଦିଅନ୍ତୁ । ଆପଣଙ୍କର ଛୋଟିଆ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ରାଜ୍ୟବାସୀଙ୍କୁ କିଛି ଏଭଳି ଭାବେ ସାହାଯ୍ୟ ଭିକ୍ଷା କରିଛନ୍ତି ଜଣେ ଦୁର୍ଘଟଣାଗ୍ରସ୍ତ ବାପାର ପୁଅ । ଆଉ ସମସ୍ତଙ୍କଠୁ ଆଶା କରିଛନ୍ତି ଛୋଟିଆ ସାହାଯ୍ୟ । ନିଜ ଦୁର୍ଘଟଣାଗ୍ରସ୍ତ ବାପାଙ୍କୁ ବଞ୍ଚାଇବାକୁ ସହଯୋଗ ଲୋଡିଛନ୍ତି ସତ୍ୟଜିତ ସାହୁ  । ସତ୍ୟଜିତଙ୍କ ବାପା ଗତ କିଛି ଦିନ ଧରି ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଏବେ ତାଙ୍କ ପରିବାର ପାଖରେ ଗଚ୍ଛିତ ଥିବା ସମସ୍ତ ସଞ୍ଚୟ ସରିସାରିଲାଣି । ତେଣୁ ଏବେ ଶେଷରେ ନିଜ ବାପାଙ୍କ ଜୀବନ ବଞ୍ଚାଇବାକୁ ପୁଅ ସତ୍ୟଜିତ ସହାୟତା ଭିକ୍ଷା କରିଛନ୍ତି । ସତ୍ୟଜିତଙ୍କ ବାପା ରାମଚନ୍ଦ୍ର ସାହୁ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଅଞ୍ଚଳରେ ଜଣେ ବ୍ଲକ୍ ଗ୍ରାଣ୍ଟ ସ୍କୁଲରେ ସାଧାରଣ କର୍ମଚାରୀ  । ହେଲେ ଗତ ଏପ୍ରିଲ ୨୨ ତାରିଖରେ ତାଙ୍କର ଅକସ୍ମାତ ଦୁର୍ଘଟଣା ପରିବାରର ମେରୁଦଣ୍ଡ ଦୋହଲାଇ ଦେଇଛି । ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ସେ ଏବେ ଗୁରୁତର ଭାବେ  କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।  ୟା ଭିତରେ ପରିବାରର ସମସ୍ତ ସଞ୍ଚୟ ସରିସାରିଥିବାବେଳେ ତାଙ୍କର ଆଗାମୀ ସର୍ଜରୀ ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି । ହେଲେ ଏତେ ଟଙ୍କା ଯୋଗାଡ କରିବା ରାମଚନ୍ଦ୍ରଙ୍କ ପରିବାର କିମ୍ବା ତାଙ୍କ ପୁଅ ସତ୍ୟଜିତଙ୍କ ପକ୍ଷେ ଅସମ୍ଭବ । ତେଣୁ ଅନ୍ୟ କିଛି ଉପାୟ ନପାଇ ସେ ଏବେ ସାହାଯ୍ୟ ଭିକ୍ଷା କରିଛନ୍ତି । ତେବେ ଆପଣ ଚାହିଁଲେ ସତ୍ୟଜିତଙ୍କୁ ଫୋନ୍ ପେ କିମ୍ବା ଗଗୁୁଲ ପେ ଜରିଆରେ ସାହାଯ୍ୟ କରିପାରିବେ  । ଫୋନ୍ ପେ/ଗୁଗୁଲ ପେ ନମ୍ବର -୭୯୭୮୫୧୫୩୯୭

WhatsApp Image 2021 06 12 at 10.56.55 AM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: