ଆଫଗାନିସ୍ତାନରେ ଭୂମିକମ୍ପର ଝଟ୍‌କା, ୨୫୦ ମୃତ

ନୂଆଦିଲ୍ଲୀ,୨୨/୦୬:  ଆଫଗାନିସ୍ତାନରେ   ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରିକ୍ଟର ସ୍କେଲରେ ତ୍ରୀବତା ୬.୧ ରେକର୍ଡ । ଭୂକମ୍ପ ଏତେ ଭୟଙ୍କର ଥିଲା ଯେ  ୨୫୦ ଜଣଙ୍କ ଜୀବନ ଯାଇଛି । ତେବେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।   ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୋସ୍ତ ସହରଠାରୁ ପ୍ରାୟ ୪୪ କିଲୋମିଟର ଦୂରରେ ରହିଛି। ଏହି ଭୂକମ୍ପର ତ୍ରୀବତା ଏତେ ଶକ୍ତିଶାଳୀ ରହିଥିଲା ଯେ ପଡୋଶୀ ପାକିସ୍ତାନର ଲାହୋର, ମୁଲତାନ ଲୋକମାନେ ମଧ୍ୟ ଝଟ୍‌କା ଅନୁଭବ କରିଥିଲେ। ଏମିତିକ ଭାରତରେ ମଧ୍ୟ ଭୂମ୍ପନ ଅନୁଭୂତ ହେବାର ଖବର ସାମ୍ନାକୁ ଆସିଛି। ଏହା ପୂର୍ବରୁ ମଙ୍ଗଳବାର ପାକିସ୍ତାନରେ ଭୂକମ୍ପ ଝଟ୍‌କା ଲାଗିଥିଲା।ସେଠାରେ ରାତି ପ୍ରାୟ ୨ ଟା ସମୟରେ ୬.୧ ତ୍ରୀବତାର ଭୂକମ୍ପ ଆସିଥିଲା। ହେଲେ କୌଣସି କ୍ଷୟକ୍ଷତି ଘଟିନଥିଲା। ଏହା ବ୍ୟତିତ ବିଳମ୍ୱିତ ରାତିରେ ମାଲେସିଆରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ସେଠାରେ ଭୂକମ୍ପର ତ୍ରୀବତା ରହିଥିଲା ୫.୧।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!