କାବୁଲ,୩୧।୦୮: ୨୦ ବର୍ଷ ପରେ ଆଫଗାନିସ୍ତାନ ଛାଡ଼ିଲେ ଆମେରିକା ସେନା। ଆଫଗାନିସ୍ତାନରେ ଆମେରିକାର ମିଶନ ଶେଷ।ଶେଷ ବିମାନଟି ଆମେରିକା କମାଣ୍ଡର, ରାଜଦୂତଙ୍କୁ ନେଇ ଆମେରିକା ପାଇଁ ଉଡ଼ାଣ ଭରି ସାରିଛି। ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବା ପରେ କାବୁଲ ବିମାନବନ୍ଦର ଏବେ ସମ୍ପୂର୍ଣ୍ଣ ଭାବେ ତାଲିବାନ କବଜାକୁ ଯାଇଛି ହେରି। ଆମେରିକା ସେନା କାବୁଲ ଛାଡ଼ିବା ପରେ ତାଲିବାନୀ ମାନେ ଫାଙ୍କା ଗୁଳିଚାଳନା କରି ଖୁସି ମନାଉଛନ୍ତି। ଅପରପକ୍ଷେ, ଏକ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ପେଣ୍ଟାଗନ୍ ସ୍ବୀକାର କରିଛି ଯେ, କାବୁଲରେ ଯେତିକି ଲୋକଙ୍କୁ ଉଦ୍ଧାର କରାଯିବା କଥା ସେତିକି ହୋଇ ପାରିନାହିଁ।ଆଫଗାନିସ୍ତାନରୁ ସେନା ପ୍ରତ୍ୟାବର୍ତ୍ତନ ହେବା ପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ଆଫଗାନିସ୍ତାନରେ ଆମ ସେନା କର୍ମଚାରୀ ୨୦ ବର୍ଷ ଧରି ଯେଉଁ ଦାୟିତ୍ବରେ ତାହା ଏବେ ସମାପ୍ତ ହୋଇଛି। ଆଫଗାନିସ୍ତାନ ଭଳି ଖତରନାକ ସ୍ଥାନରେ ଆମ କମାଣ୍ଡର ମାନେ ଭଲ ଭାବେ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |