ଢାକା,୯/୪ : ଆଫଗାନିସ୍ତାନ, ପାକିସ୍ତାନ ଓ ଶ୍ରୀଲଙ୍କା ପରେ ପଡୋଶୀ ବାଂଲାଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ପାଇକରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନା ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି । ବାଇଗଣରୁ ପ୍ରସ୍ତୁତ ହେଉଥିବା ବାଇଗିଣି ବାଂଲାଦେଶର ଏକ ଅତି ପରିଚିତ ସ୍ନାକ୍ସ। ରମଜାନ ମାସ ଚାଲିଥିବାରୁ ବାଇଗଣର ମୂଲ୍ୟ କିଲୋ ପ୍ରତି ୧୧୦ ଟଙ୍କା ହୋଇଛି। ସାଧାରଣ ଲୋକ ଏହାକୁ କିଣି ପାରୁ ନାହାନ୍ତି। କରୋନା ମହାମାରୀ ଓ ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଶରେ ଆତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଥିବା ହସିନା କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |