ଆବାସିକ କୋଚିଂ ସେଣ୍ଟରରେ ଛାତ୍ର ହତ୍ୟା ଅଭିଯୋଗ ଘଟଣା,କ୍ରାଇମବ୍ରାଞ୍ଚତଦନ୍ତ ଦାବିରେ ଆମରଣ ଅନଶନ

କେନ୍ଦ୍ରାପଡ଼ା, ୨୮ା୩: କେନ୍ଦ୍ରାପଡା ସହରର କଜଳାସ୍ଥିତ କ୍ୟାରିଅର ପାୱାର ଆବାସିକ କୋଚିଂ ସେଣ୍ଟରରେ ରହି ପାଠ ପଢୁଥିବା +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ସୁବ୍ରତ ମୁଦୁଲିର ହତ୍ୟା ମାମଲାର ଉପଯୁକ୍ତ ତଦନ୍ତ କରାଯାଉନଥିବା ଅଭିଯୋଗ କରି ତା’ର ପରିବାର ଓ ଗ୍ରାମବାସୀ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିରହିଛନ୍ତି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଜଳା ନିକଟସ୍ଥ କ୍ୟାରିଅର ପାୱାର ନାମକ ଏକ ବେସରକାରୀ ଆବାସୀକ କୋଚିଂ ସେଣ୍ଟରରେ ରହି +୨ ଦ୍ୱିିତୀୟବର୍ଷ ବିଜ୍ଞାନ ପାଠ ପଢୁଥିବା ଛାତ୍ର ତଥା କଂସାର ଗ୍ରାମପଞ୍ଚାୟତର ଫୋରଡ ଗ୍ରାମର ସୁବାଷ ଚନ୍ଦ୍ର ମୁଦୁଲିଙ୍କ ପୁଅ ସୁବ୍ରତ ମୁଦୁଲି(୧୭) ଙ୍କୁ କୋଚିଂ ସେଣ୍ଟରରର ମାଲିକ ଆଶିଷ ସ୍ୱାଇଁ ଓ ଅନ୍ୟ ଦୁଇ ଜଣ ହତ୍ୟା କରିଥିବା ନେଇ ତାଙ୍କ ପିତା ସୁବାଷ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗକୁ ଭିତ୍ତିକରି କେଶ ନମ୍ବର- ୨୩୧/୨୦୨୩ରେ ଆଇପିସିର ୩୦୨ ଓ ୩୪ଦଫାରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । କିନ୍ତୁ ଅଭିଯୁକ୍ତମାନେ ଗୁଣ୍ଡା ଓ ଧନିକ ଶ୍ରେଣୀର ହୋଇଥିବାରୁ ପୋଲିସ ଚାପଗ୍ରସ୍ତ ହୋଇ ସେମାନଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ମୃତ ସୁବ୍ରତଙ୍କ ମା ତଥା ସୁବାଷଙ୍କ ପତ୍ନୀ ସନ୍ଧ୍ୟାରାଣୀ ମୁଦୁଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ ପୋଲିସ ତାଙ୍କ ପୁତ୍ରର ହତ୍ୟା ଘଟଣା ଭଳି ଏକ ସମ୍ବେଦନଶୀଳ ମାମଲାକୁ ଚାପି ଦେବାକୁ ବସିଥିବାରୁ ସେହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଉ ବୋଲି ସନ୍ଧ୍ୟାରାଣୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ତେଣୁ ସେହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ମୃତ ସୁବ୍ରତର ପରିବାର ଓ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିରହିଛନ୍ତି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୈାଣସି ସରକାରୀ ଅଧିକାରୀ ଅନଶନସ୍ଥଳକୁ ଆସିନଥିବା ସୂଚନା ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବା ନେଇ ଅଭିଯୋଗ ପରେବି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଚର୍ତୁପାଶ୍ୱର୍ରେ ଛତୁ ଫୁଟିବା ଭଳି ଖୋଲିଥିବା ବେସରକାରୀ କୋଚିଂ ସେଣ୍ଟର ଗୁଡିକ ବିରୋଧରେ ପ୍ରଶାସନ ବା ସରକାରଙ୍କ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!