ଆବାସ ଯୋଜନା ଘର କରି ପ୍ରଭାତୀଙ୍କୁ ମିଳିପାରୁନି ପଇସା

ମହାକାଳପଡ଼ା,୨୦/୦୫: -ମହାକାଳପଡ଼ା ବ୍ଳକ କଂସାର ବଡ଼ଦାଣ୍ଡୁଆ ପଂଚାୟତର ବଗଗହଣ ଗ୍ରାମରେ ଜନୈକା ମହିଳା ଘର କାମ କରି କିସ୍ତି ପଇସା ନପାଇବା ଫଳରେ ଏ ନେଇ ମହାକାଳପଡ଼ା ବିଡ଼ିଓଙ୍କ ନିକଟରେ ଲିଖିତ୍ ଅଭିଯୋଗ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ମହିଳାଙ୍କୁ ମିଳିଥିଲା । କିନ୍ତୁ କେତେକ ପାରିପାଶ୍ୱର୍ିକ ଅସୁବିଧା ପାଇଁ ଘର ନିର୍ମାଣ ଆରମ୍ଭ ହୋଇପାରିନଥିଲା । ପରେ ଘର ନିର୍ମାଣ କରି ଘରକାମ ଆରମ୍ଭ କରିଥିଲେ ମଧ୍ୟ ମହିଳାଙ୍କୁ ଅଦ୍ୟାବଧି ଅର୍ଥ ମିଳିପାରି ନାହିଁ । ଗ୍ରାମର ପ୍ରଭାତୀ ପରିଡ଼ା ସ୍ୱାମୀ-ଦେବବ୍ରତ ନିମ୍‌ଟାଲ୍ ପର୍ଯ୍ୟନ୍ତ ଘର କରି ଟଙ୍କା ପାଇଁ ଚାହିଁ ବସିଛନ୍ତି । କିନ୍ତୁ ବାରମ୍ବାର ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ମଧ୍ୟ ଏହାର ସୁଫଳ ମିଳୁନି । ଏନେଇ୨୬.୪.୨୦୨୧ରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ଯେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ବାରମ୍ବାର ହିତାଧିକାରୀମାନେ ତାଗିଦ ପାଉଛନ୍ତି ସେତେବେଳେ ମହିଳା ଘର ମାକ ଅଗ୍ରଗତି କରିଥିଲେ ମଧ୍ୟ କେମିତି ତାଙ୍କୁ ଏ ବାବଦରେ ଅର୍ଥ ମିଳିପାରୁ ନାହିଁ । ଏ ନେଇ ନିର୍ବାହୀ ଅଧିକାରୀଙ୍କ ସହିତ ଟେଲିଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ନିର୍ବାହୀ ଅଧିକାରୀ ଫୋନ୍ ରିସିଭ୍ କରୁନାହାଁନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: