ନ୍ୟୁୟର୍କ,୩।୯: ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଇଡା’ ପ୍ରଭାବରେ ପ୍ରବଳ ବୃଷ୍ଚିପାତ। ଆମେରିକାର ନ୍ୟୁୟର୍କ ଓ ନ୍ୟୁଜର୍ସିର ସ୍ଥିତି ବେହାଲ ହୋଇପଡିଛି।ଘୂର୍ଣ୍ଣିଝଡ ପ୍ରଭାବରେ ଏପର୍ଯ୍ୟନ୍ତ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉଭୟ ସ୍ଥାନରେ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି। ସାମୁଦ୍ରିକ ଘୂର୍ଣ୍ଣିଝଡଟି ଅଧିକ ଶକ୍ତିଶାଳି ହୋଇ ନ୍ୟୁ ଇଂଲଣ୍ଡ ଆଡକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା କଥା ନ୍ୟୁୟର୍କ ପୋଲିସ ସୂଚନା ଦେଇଛି। ସେଭଳି ନ୍ୟୁଜର୍ସୀରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ନ୍ୟୁୟର୍କ ଏଫଡିଆର ଡ୍ରାଇଭ, ମେନହଟ୍ଟନର ପୂର୍ବରେ ଥିବା ବହୁ ଅଞ୍ଚଳ ଓ ବ୍ରୋକ୍ସ ନଦୀର ପାର୍କଓ୍ଵେରେ ବୁଧବାର ଦିନ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପାଣିରେ ବୁଡି ରହିଥିଲା। ସବଓ୍ଵେ ଷ୍ଟେସନ ଓ ରାସ୍ତାରେ ପାଣି ଜମିବା କାରଣରୁ ମେଟ୍ରୋପଲିଟନ ଟ୍ରାନ୍ସପୋଟେସନ୍ ଅଥରିଟିକୁ ସବୁ ପ୍ରକାର ସେବା ରଦ୍ଧ କରିଥିଲା।ଘୂର୍ଣ୍ଣଝଡର ଭୟାବହତା କେତେ ତାହା ଏକ ଭିଡିଓରେ ଦେଖିବାକୁ ମିଳିଛି। ସବଓ୍ଵେରେ ଯାତ୍ରା କରୁଥିବା ଲୋକମାନେ କାରର ସିଟ୍ ଉପରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି। ସେଭଳି ଆଉ ଏକ ଭିଡିଓରେ ଗାଡିର କାଚ ପର୍ଯ୍ୟନ୍ତ ପାଣି ଭରି ରହିଛି। ନ୍ୟୁୟର୍କରରାଷ୍ଟ୍ରୀୟ ମୈସୁମୀ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ରତିରେ ହଠାତ୍ ବନ୍ୟା ପାଇଁ ଜରୁରିକାଳୀନ ସ୍ଥିତି ଘୋଷଣା କରିଥିଲା। ଏହି ଚେତାବନୀ ସ୍ବତନ୍ତ୍ର ସ୍ଥିତିରେ ଜାରି କରାଯାଇଥାଏ ତେବେ କୌଣସି ବନ୍ୟା କିମ୍ବା ବିଶାକାରୀ କ୍ଷତି ହୋଇଥାଏ। ପ୍ରବଳ ବର୍ଷା କାରଣରୁ ନ୍ୟୁୟର୍କ ଓ ନ୍ୟୁଜର୍ସିରେ ଧନ-ଜୀବନ କ୍ଷତିଗ୍ରସ୍ତ ହୋଇଛି। ମୂଷଳ ଧାରାରେ ବର୍ଷା ହେବା କାରଣରୁ ବିଦ୍ୟୁତ ସରବରାହରେ ବାଧା ଉପୁଜିଛି।ଆମେରିକାରେ ଏପର୍ଯ୍ୟନ୍ତ ‘ଇଡା’ର ପ୍ରଭାବ କମିନାହିଁ ନ୍ୟୁୟର୍କରେ କେବଳ ବୁଧବାର ଦିନ ପାଞ୍ଚଘଣ୍ଟା ମଧ୍ୟରେ ୧୭.୭୮ ସେଣ୍ଟିମିଟର ବର୍ଷା ହୋଇଥିଲା। ନ୍ୟୁୟର୍କ, ମିସିସିପି, ଅଲାବାମା ଓ ଫ୍ଲୋରିଡା ରାଜ୍ୟରେ ସଡକ ଉପରେ ପାଣି ଚାଲୁଥିଲା ବେଳେ ଉଦ୍ଧାରକାରୀ ଦଳ ଡଙ୍ଗା ନେଇ ଉଦ୍ଧାର କାର୍ଯ୍ୟରେ ବାହାରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |