ଆମେରିକାର ଚିକାଗୋରେ ଗୁଳିକାଣ୍ଡ ,୮ ମୃତ

ନୂଆଦିଲ୍ଲୀ, ୦୨/୦୫:  ଆମେରିକାରେ ଚିକାଗୋରେ ବଡ଼ ଧରଣର ଗୁଳିକାଣ୍ଡ  ଛହୋଇଛି । ଯେଉଁଥିରେ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ମିଡିଆ ଅନୁସାରେ, ଚିକାଗୋ ସହରର ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହୋଇଛି । ସପ୍ତାହକ ଭିତରେ ଗୁଳିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆମେରିକୀୟ ସହର ଚିକାଗୋରେ ସପ୍ତାହନ୍ତରେ କ୍ରମାଗତ ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ କ୍ରମାଗତ ଗୁଳିମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୬ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ଗୁଳିମାଡ଼ ଶୁକ୍ରବାର ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହୋଇଥିଲା । ଚିକାଗୋର ଏନ୍‌ବିସି ଦକ୍ଷିଣ କିଲପାଟ୍ରିକ୍‌ରେ ଜଣେ ୬୯ ବର୍ଷୀୟ ନାଗରିକଙ୍କୁ ତାଙ୍କ ଘର ଭିତରେ ଗୁଳି କରାଯାଇଥିଲା । ଅଭିଯୁକ୍ତ ଦୁର୍ବୃତ୍ତ ବିଭିନ୍ନ ବର୍ଗର ଲୋକଙ୍କ ଉପରେ ଗୁଳିମାଡ଼ କରିଥିଲା । ଏଥିରେ ଜଣେ ୬୨ ବର୍ଷୀୟ ମହିଳା ମଧ୍ୟ ଶିକାର ହୋଇଥିଲେ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବ୍ରାଇଟନ୍ ପାର୍କ, ଦକ୍ଷିଣ ଇଣ୍ଡିଆନା, ନର୍ଥ କେଡଜି ଆଭନ୍ୟୁ, ହୋମ୍‌ବୋଲ୍ଟ ପାର୍କ ଆଦି ଅଞ୍ଚଳରେ ଗୁଳିମାଡ଼ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: