ଆମେରିକାର ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ: ୧୦ ମୃତ

ଭର୍ଜିନିଆ,୨୩।୧୧: ଆମେରିକାର ଭର୍ଜିନିଆରେ ଥିବା ଓ୍ବାର୍ଲମାର୍ଟ ଷ୍ଟୋରରେ  ଗୁଳିମାଡ। ଏହି ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ଜୀବନ ଯାଇ ସାରିଛି। ସେଭଳି ଅନେକ ଲୋକ ଗୁରୁତର ଭାବରେ ଆହତ ମଧ୍ୟ ହୋଇଛନ୍ତି। ତେବେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକ୍ରମଣକାରୀଙ୍କୁ ମାରିବାରେ ସଫଳ ହୋଇଛି। ଏହି ଘଟଣା ଆମେରିକାର ଭର୍ଜିନିଆର ଚେସାପିକ୍‌ରେ ହୋଇଛି। ଗଣମାଧ୍ୟମରର ରିପୋର୍ଟ ଅନୁସାରେ, ବହୁ ଲୋକ ଆହତ  ମଧ୍ୟ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଓ୍ବାଲମାର୍ଟର ଆଖପାଖ ଅଞ୍ଚଳକୁ ସିଲ୍ କରିଦେଇଛି। ଏହା ପୂର୍ବରୁ ଆମେରିକାର କେଲୋରାଡୋ ସ୍ପିଙ୍ଗ୍ର ସହରରେ ଏକ ନାଇଟ କ୍ଲବରେ ୨୦ ନଭେମ୍ବରରେ ଧୂଆଁଧାର ଗୁଳିମାଡ ହୋଇଥିଲା, ଯେଉଁଥିରେ ଅତି କମ୍‌ରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା, ସେଭଳି ୧୮ ଜଣ ଲୋକ ଆହତ ହୋଇଛନ୍ତି। ପୋଲିସର କହିବା ଅନୁସାରେ, ରାତି୧୧ଟା ୫୭ ମିନିଟ୍‌ରେ ଗୁଳିକାଣ୍ଡ ନେଇ ଏକ କଲ୍‌ ଆସିଥିଲା, ଏହାର ତୁରନ୍ତ ପରେ ପୋଲିସ ଟିମ୍‌ କ୍ଲବରେ ପହଞ୍ଚିଥିଲା ଓ ଜଣେ ବ୍ୟକ୍ତିକୁ ସନ୍ଦିଗ୍ଧ ବୋଲି ମାନି ଗିରଫ କରିଥିଲା। ଏହି ଗୁଳିକାଣ୍ଡରେ ସନ୍ଦିଗ୍ଧ ମଧ୍ୟ ଆହତ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!