ଭୁବନେଶ୍ବର,୨।୩: ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ୪୭ ବର୍ଷ ବୟସରେ ହାଇଦ୍ରାବାଦର ଘରୋଇ ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଅଭିନେତା ପିଣ୍ଟୁ ନନ୍ଦ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲା। ତେବେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲେ ମଧ୍ୟ ହୋଇନାହିଁ । ଏଥିପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା। ଦିଲ୍ଲୀରେ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଲିଭର ପ୍ରତିରୋପଣର ଆବଶ୍ୟକ ପଡ଼ିଥିଲା । କିନ୍ତୁ ପରିବାର ସଦସ୍ୟଙ୍କ ଲିଭର୍ ମ୍ୟାଚ ନହେବାରୁ ପ୍ରତିରୋପଣ ହୋଇପାରିନଥିଲା । ପରେ ତାଙ୍କୁ ହାଇଦ୍ରାକବାଦ ଅଣାଯାଇଥିଲା । ଆସନ୍ତା ୬ ମାସ ମଧ୍ୟରେ ତାଙ୍କ ଲିଭର ପ୍ରତିରୋପଣ ହେବ ବୋଲି ଡାକ୍ତରମାନେ କହିଥିଲେ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |