ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ , ଦ୍ୱିପାକ୍ଷୀକ ବୁଝାମଣା ନେଇ କଲେ ଆଲୋଚନା

ନୂଆଦିଲ୍ଲୀ ୨୭/୦୬: ଜି ସେଭେନ୍ ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜର୍ମାନୀ ଗସ୍ତରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଆଲର୍ବେଟୋ ଫେର୍ଣ୍ଣାଡିଜ୍‌ଙ୍କୁ ଭେଟିଛନ୍ତି । ମ୍ୟୁନିକ୍‌ରେ ଆୟୋଜିତ ଜି୭ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହିତ ଦ୍ୱିପାକ୍ଷୀକ ଆଲୋଚନା କରିଛନ୍ତି । ଉଭୟ ଦେଶର ନେତା ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଥିବା ଦ୍ୱିପାକ୍ଷୀକ ସଂପର୍କ ଆହୁରି ଆଗକୁ ବଢ଼ାଇବା ନେଇ ଚର୍ଚ୍ଚା କରିଛନ୍ତି । ଏହି ଅବସରରେ ଗତକାଲି ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି । ଆର୍ଜେଣ୍ଟିନା ସହ ରାଜନୈତିକ,ଆର୍ଥିକ, ବାଣିଜ୍ୟିକ ଓ ଅନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ଆଲୋଚନା କରିଛନ୍ତି ।ତେବେ ଏହା ପୂର୍ବରୁ ମ୍ୟୁନିକରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରି ଦେଶ ସବୁ ପ୍ରକାର ବୈଶ୍ୱିକ ଆହ୍ୱାନକୁ ସାମ୍ନା କରିବାରେ ସମର୍ଥ ବୋଲି କହିଛନ୍ତି । ମ୍ୟୁନିକରେ ପହଂଚିବାପରେ ସେଠାକାର ପ୍ରବାସୀ ଭାରତୀୟ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପ୍ରବାସୀ ଭାରତୀୟ ଆଗରେ ବଦଳୁଥିବା ଭାରତର ବିକାଶର ଚିତ୍ର ଉପସ୍ଥାପନ କରିଛନ୍ତି । ଏନେଇ ମୋଦି କହିଛନ୍ତି ଯେ, ‘ ଭାରତରେ ଏବେ ସବୁ ଗାଁକୁ ବିଜୁଳି ପହଞ୍ଚି ପାରିଛି,ସବୁ ଗାଁକୁ ସଡକ ଯୋଗାଯୋଗ ହୋଇପାରିଛି ଏବଂ ଅଧିକାଂଶ ଗାଁ ବାହ୍ୟ ମଳତ୍ୟାଗ ମୁକ୍ତ ହୋଇପାରିଛି । ଏହାସହ ୨ ବର୍ଷରେ ୮୦ କୋଟି ଲୋକଙ୍କ ପାଖରେ ମାଗଣା ରାସନ ପହଞ୍ଚାଇଥିବାବେଳେ ଦେଶର ସବୁ ଗରିବ ପରିବାର ବ୍ୟାଙ୍କିଂ ବ୍ୟବସ୍ଥାର ସୁବିଧା ଉଠାଉଛନ୍ତି । କୃଷି ଓ ଶିଳ୍ପେ କ୍ଷେତ୍ରରେ ଟେକନୋଲଜି ଦ୍ୱାରା କିଭଳି ଅଦ୍ଭୁତପୂର୍ବ ବିକାଶ ହୋଇପାରିଛି, ତାହା ମୋଦି ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି । ସେହିପରି ଭାରତକୁ ଗଣତନ୍ତ୍ରର ମାଆ ବୋଲି ବର୍ଣ୍ଣନା କରି ପ୍ରତି ଭାରତୀୟଙ୍କ ଡିଏନ୍ଏରେ ଲୋକତନ୍ତ୍ର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: