ଆଳି,୩୧/୫(ଓଡିଆନମିଡିଆ):ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର,ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ। ଅଭିଯୋଗ ଅନୁଯାଇ ଆଳି ଅରଗଳ ଗାଁର ସୀତା ମଳିକ ଡାଇରିଆରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।ହେଲେ ଗତ କାଲି ରାତି ୧୧ଟା ବେଳେ ଜଣେ ଯୁବକ ନିଜକୁ ଗୋବିନ୍ଦପୁର ମେଡିକାଲର ଡାକ୍ତର ବୋଲି ପରିଚୟ ଦେଇ ମହିଳା ଜଣଙ୍କୁ ତାଙ୍କ ରୋଗ ସମ୍ପର୍କରେ ପଚାରିଥିଲେ।
ଡାଇରିଆ ହୋଇଥିବା ଜାଣିବା ପରେ ତାଙ୍କ ନିକଟରେ ଥିବା ଆଟେନାଣ୍ଟକୁ ବାହାକୁ ଯିବାକୁ କହି ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ।ନିକଟରେ ଥିବା ମହିଳାଙ୍କ ସ୍ୱାମୀ ଏସବୁ ଦେଖିବା ପରେ ନକଲି ଡାକ୍ତରଙ୍କୁ ବାରଣ କରିଥିଲେ।ହେଲେ କୌଶଳ କ୍ରମେ ନକଲି ଡାକ୍ତର ଜଣଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ଛାଡ଼ି ଫେରାର ହୋଇଯାଇଥିଲେ।ଏନେଇ ମହିଳାଙ୍କ ସ୍ୱାମୀ ଆଳି ଥାନାରେ ଅଭିଯୋଗ କରିଛନ୍ତି।ଅଭଯୋଗ ପାଇବାପରେ ଆଳି ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରର ସିସି ଟିଭି ଯାଞ୍ଚ କରିବା ପରେ ବଡଆମ୍ବିଳା ଗାଁର ଦୀପକ ମାହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |