ଆଶାରାମଙ୍କ ଆଶ୍ରମରୁ ମିଳିଲା ନାବାଳିକାର ଶବ,ଏପ୍ରିଲ ୫ରୁ ଥିଲା ନିଖୋଜ

ଲକ୍ଷ୍ନୗେ,୦୯/୦୪:ଆଶାରାମ ବାପୁଙ୍କ ଆଶ୍ରମ ଭିତରୁ ନାବାଳିକାର ମୃତଦେହ ଉଦ୍ଧାର । ଏପ୍ରିଲ ୫ରୁ ନିଖୋଜ ଥିବା ଜଣେ ୧୪ ବର୍ଷୀୟ ନାବାଳିକାର ମୃତ ଦେହ ରହସ୍ୟଜନକ ଭାବେ ଆଶାରାମଙ୍କ ଆଶ୍ରମ ଭିତରେ ପାର୍କିଂ ହୋଇଥିବା କାର ଭିତରୁ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଶ୍ରମରୁ ଶବ ମିଳିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ନଗର କୋତଭାଲି ଅନ୍ତର୍ଗତ ଭିମୌର ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ଆଶାରାମଙ୍କ ଆଶ୍ରମ ରହିଛି। ଗତ ଏପ୍ରିଲ ୫ରୁ ନାବାଳିକା ଜଣକ ନିଖୋଜ ଥିଲେ। ତେବେ ୪ ଦିନ ପରେ ଆଶାରାମଙ୍କ ଆଶ୍ରମରେ ଥିବା କାର୍‌ରୁ ନାବାଳିକାର ମୃତଦେହ ମିଳିଛି। କାର୍‌ରୁ ଦୁର୍ଗନ୍ଧ ବାହାରିବା ପରେ ଆଶ୍ରମର ଚୌକିଦାର ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।   ଶବ ମିଳିବା ପରେ ପୋଲିସ୍‌ ଓ ଫରେନସିକ୍‌ ଟିମ୍‌ ଆଶ୍ରମ ଓ ଗାଡ଼ି ଯାଞ୍ଚ କରିଛନ୍ତି।  ଆଶାରାମଙ୍କ ଆଶ୍ରମରୁ ଶବ ମିଳିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏଭଳି କିଛି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ୨୦୦୮ରେ ଆଶାରାମଙ୍କ ଗୁଜରାଟ ସ୍ଥିତ ଗୁରୁକୁଳ ଆଶ୍ରମରେ ରହସ୍ୟମୟ ପରିସ୍ଥିତିରେ ୨ ଜଣ ଆଶ୍ରମରୁ ଗାଏବ ହୋଇଯାଇଥିଲେ। କିଛିଦିନ ପରେ ସାବରମତୀ ନଦୀ କୂଳରେ ଛାତ୍ରଙ୍କ ଶବ ମିଳିଥିଲା।  ସୁରତରେ ରହୁଥିବା ୨ ଜଣ ଭଉଣୀ ଆଶାରାମ ଓ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ବଡ଼ ଭଉଣୀ ଆଶାରାମଙ୍କ ବିରୋଧରେ ଓ ସାନ ଭଉଣୀ ନାରାୟଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏନେଇ ପୋଲିସ୍‌ ଆଶାରାମଙ୍କ ବିରୋଧରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା।  ଦୁଷ୍କର୍ମ ମାମଲାରେ ୨୦୧୮ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହୁଛନ୍ତି ଆଶାରାମ । ତାଙ୍କୁ ଯୋଧପୁରର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜଣେ ୧୬ ବର୍ଷୀୟ ନାବାଳିକାକୁ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: