ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ

ନୂଆଦିଲ୍ଲୀ,୨୭/୦୯: ଘୋଷଣା ହୋଇଛି ଚଳିତ ବର୍ଷର ଦାଦା ସାହେବ ପୁରସ୍କାର ।  ମୁମ୍ବାଇଠାରେ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ମନୋରଞ୍ଜନ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଫିଲ୍ମ ଜଗତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଛି । ଏହି ସମାରୋହରେ ମୋଟ ୨୮ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ।ଅଭିନେତ୍ରୀ ଆଖା ପାରେଖଙ୍କୁ ଦିଆଯିବ  ଦାଦା ସାହେବ ଫାଲକେ ପୁରସ୍କାର ସମ୍ମାନ । ଚଳଚ୍ଚିତ୍ର ଜଗତର ଏହି ବଡ ସମ୍ମାନ ପାଇବେ ଏହି ଲିଜେଣ୍ଡାରୀ ଆକ୍ଟ୍ରେସ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି ।୭୯ ବର୍ଷୀୟା ଏହି ଅଭିନେତ୍ରୀ ଜଣଙ୍କ ୬୦ ଦଶକର ଦର୍ଶକଙ୍କ ମଧ୍ୟରେ କରୁଥିଲେ ରାଜ୍ । କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଢ ମେରା ଦେଶ ଭଳି ଅନେକ ଚଳଚିତ୍ର ଅଭିନୟ କରିଥିଲେ ଆଶା । ଏସବୁ ଫିଲ୍ମ ଥିଲା ହିଟ୍ । ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ, ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ IIFA ଆଓ୍ୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଆଶା ।ସେହିପରି ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବ୍ଲକ ବଷ୍ଟର ଫିଲ୍ମ ‘ପୁଷ୍ପା’କୁ ଇୟର ଅଫ୍ ଦି ଫିଲ୍ମ, ଫିଲ୍ମ ‘୮୩’ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । କୃତି ସେନନ- ‘ମିମୀ’ ଶ୍ରେଷ୍ଠ ଅଭିନେତ୍ରୀ, ଶେରଶାହ- ସର୍ବଶ୍ରେଷ୍ଠ ଫିଲ୍ମ, ଅଦର ରାଉଣ୍ଡ- ବେଷ୍ଟ ଅନ୍ତର୍ଜାତୀୟ ଫିଚର ଫିଲ୍ମ, କେନ ଘୋଷ- ବେଷ୍ଟ ନିର୍ଦ୍ଦେଶକ ‘ରେଷ୍ଟ ଅଫ୍ ସିଜ- ଟେମ୍ପଲ ଆଟାକ’, ଜୟକଷ୍ଣ ଗୁମ୍ମଡ଼ୀ- ବେଷ୍ଟ ସିନୋମାଟୋଗ୍ରାଫର ‘ହସୀନା ଦିଲରୁବା’, ସତୀଶ କୌଶିକ- ସହାୟକ ଭୂମିକା ସର୍ବଶ୍ରେଷ୍ଠ ଅଭିନେତା, ‘କାଗଜ’ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: