ଆସନ୍ତା ଏପ୍ରିଲ ୫ରେ ଧାମନଗରରେ ହେବ ପୁନଃ ନିର୍ବାଚନ

ଭୁବନେଶ୍ବର ୩୦/ ୦୩:  ଭଦକ ଜିଲ୍ଲା ଧାମନଗରରେ  ହେବ ପୁନଃ ନିର୍ବାଚନ । ଆସନ୍ତା ଏପ୍ରିଲ ୫ ତାରିଖରେ ଧାମନଗରରେ ପୁନଃ ନିର୍ବାଚନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୋଟ ୬ଟି ବୁଥରେ ଏହି ଦିନ ରି-ପୋଲ କରିବା ପାଇଁ ନିର୍ବାଚନ କମିଶନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।  ୨ ନମ୍ବର ୱାର୍ଡରେ ଥିବା ୩ ନମ୍ବର ବୁଥରେ ପୁଣିଥରେ ମତଦାନ କରାଯିବାକୁ ରହିଛି । ଏଥିସହିତ ୫ ନମ୍ବର ୱାର୍ଡର ୮ ଏବଂ ୯ ନମ୍ବର ବୁଥ, ୱାର୍ଡ-୯ର ୧୬ ନମ୍ବର ବୁଥ ଏବଂ ୧୦ ନମ୍ବର ୱାର୍ଡରେ ୧୭ ଓ ୧୮ ନମ୍ବର ବୁଥରେ ଆଉ ତରେ ନିର୍ବାଚନ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ୫ ତାରିଖରେ ମତଦାନ ପରେ ୬ ତାରିଖ ଦିନ ଏହାର ଗଣତି କରାଯିବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: