ଆସନ୍ତା ବର୍ଷରୁ ଆଇପିଏଲ୍ ଖେଳିବେ ମହିଳା

ନୂଆଦିଲ୍ଲୀ, ୧୮/୦୪ ଆସନ୍ତା ବର୍ଷରୁ ଅନୁଷ୍ଠିତ ହେବ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ । ବିସିସିଆଇ ପକ୍ଷରୁ  ଆସନ୍ତା ବର୍ଷରୁ ଆଇପିଏଲ୍ ଖେଳିବେ ମହିଳା ଖେଳାଳି  ଘୋଷଣା କରାଯାଇଛି । ଗତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ନେଇ ଅଲୋଚନା ହୋଇଥିଲା । ତେବେ ବିସିସିଆଇ ଏହା ଉପରେ ଅନୁଧ୍ୟାନ କରି ରବିବାର ଏହି ପ୍ରସଙ୍ଗରେ   ନିଷ୍ପତ୍ତି ନେଇଛି ।ବିସିସିଆଇ କହିଛି ଯେ ଆସନ୍ତା ବର୍ଷ ମହିଳା ଆଇପିଏଲର ପ୍ରଥମ ସଂସ୍କରଣକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏଥିରେ କେତେ ସଂଖ୍ୟକ ଦଳ ଅଂଶ ଗ୍ରହଣ କରିବେ ତାହା ଚୂଡାନ୍ତ ହେବା ପରେ ଅନ୍ୟାନ୍ୟ କାର୍ଯ୍ୟ କରା ଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!