ନୂଆଦିଲ୍ଲୀ,୨୪/୦୯: ଆସନ୍ତା ସୋମବାର ଦେଶରେ ଜାତୀୟ ଡିଜିଟାଲ ହେଲ୍ଥ ମିଶନ (ଏନ୍ଡିଏଚ୍ଏମ୍) ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହାର ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଡିଜିଟାଲ ହେଲ୍ଥ ମିଶନ (ପିଏମ୍-ଡିଏଚ୍ଏମ୍) କରିଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ମିଶନ ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ମିଳିବ । ଏଥିରେ ୧୪ ଅଙ୍କ ବିଶିଷ୍ଟ ଏକ ଆଇଡି ନମ୍ବର ରହିବ । ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମସ୍ତ ସ୍ୱାସ୍ଥ୍ୟଗତ ରେକର୍ଡ ସ୍ଥାନ ପାଇବ । ଆଧାର ନମ୍ବର ଓ ମୋବାଇଲ ନମ୍ବରକୁ ନେଇ ଏହି ଆଇଡି ପ୍ରସ୍ତୁତ କରାଯିବ। ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଦେଶରେ ସ୍ୱାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବା ଲାଗି ୨୦୨୦ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଡିଜିଟାଲ ହେଲ୍ଥ ମିଶନ ବିଷୟରେ ଘୋଷଣା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |