ଆସନ୍ତା ୨୨ରୁ ଅଷ୍ଟାଦଶ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର,୧୭/୦୩: ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆର୍ଟ ଭିଜନ ସହଯୋଗରେ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଆୟୋଜିତ ହେବ ଅଷ୍ଟାଦଶ ଧଉଳି-କଳିଙ୍ଗ ମହୋତ୍ସବ । ଏହା ଆସନ୍ତା ୨୨ରୁ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ୬ଟାରେ ଅନୁଷ୍ଠିତ ହେବ । ପ୍ରତିବର୍ଷ ପରି ଏଥର ବି ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମତି ସମ୍ମାନ ପ୍ରଦାନ କରାଯିବ । ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି ହେଜମାଦୀଙ୍କୁ ବୁଦ୍ଧ ସମ୍ମାନ ପାଇବେ । ତାଙ୍କୁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । ସେହିପରି ଖ୍ୟାତିସମ୍ପନ୍ନ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର, ପ୍ରଥିତଯଶା ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍‌, ବିଶିଷ୍ଟ ସଂସ୍କୃତ ବିଶାରଦ ଓ କବି ଗବେଷକ ନିତ୍ୟାନନ୍ଦ ମିଶ୍ର, ଆମେରିକାରେ ଓଡ଼ିଶୀକୁ ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ନେଇଥିବା ସୋମଦତ୍ତ ବେହୁରାଙ୍କୁ ଗୁରୁ ଗଙ୍ଗାଧର ସ୍ମତି ସମ୍ମାନ ପ୍ରଦାନ କରାଯିବ । ସମସ୍ତଙ୍କୁ ୨୫,୦୦୦ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । ଏନେଇ ଆଜି ଡ୍ୟାନ୍ସ ଏକାଡେମୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଡ୍ୟାନ୍ସ ଏକାଡେମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି, ଆର୍ଟ ଭିଜନ୍‌ର ନିର୍ଦ୍ଦେଶକ ଇଲେଆନା ଚିତାରିସ୍ତି, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର ଓ ଏଲୋରା ଭାରତୀ ଜେନା ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: