ଆସନ୍ତା ୨୩ରୁ କୋଭିଡ୍ କଟକଣାରେ ଚାଲିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର ,୧୫।୦୩:  ଆସନ୍ତା ୨୩ରୁ କୋଭିଡ୍ କଟକଣାରେ ଚାଲିବ ବିଧାନସଭା ଅଧିବେଶନ । ଏହାପୂର୍ବରୁ  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ସର୍ବଦଳୀନ ବୈଠକ ଆୟୋଜିତ ହୋଇଯାଇଛି । ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଚଳିତ ଥର କୋଭିଡ୍ କଟକଣାରେ ବିଧାନସଭା ଅଧିବେଶନ ଚାଲିବ ।  ଅଧିବେଶନ ପୂର୍ବରୁ ସମସ୍ତଙ୍କ କୋଭିଡ୍ ଟେଷ୍ଟ୍ କରାଯିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ବସିବାକୁ ଥିବା ବଜେଟ ଅଧିବେଶନ ପୂର୍ବରୁ ଯେଉଁ ୫ ଘଣ୍ଟା ଚାଲୁଥିଲା । ଏବେ ସେଇ ୫ ଘଣ୍ଟା ଚାଲିବ । କୋଭିଡ଼ କଟକଣାରେ  ବିଧାନସଭାର ଚଳିତ ବଜେଟ ଅଧିବେଶନ ଚାଲିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀଙ୍କର କୋଭିଡ଼ ଟେଷ୍ଟ କରାଯିବ । ନେଗେଟିଭ୍‌ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ ।   ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିବ । ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଂଜୁରୀ ବିଲ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: