ଆସନ୍ତା ୨୪ରେ ହାଇପ୍ରୋଫାଇଲ୍‌ ଭୁବନେଶ୍ୱର କ୍ଲବ୍‌ର ଭୋଟ୍‌

ଭୁବନେଶ୍ୱର,୨୧/୯ :  ଆସନ୍ତା ୨୪ରେ ହେବ ହାଇପ୍ରୋଫାଇଲ୍‌ ଭୁବନେଶ୍ୱର କ୍ଲବ୍‌ର ଭୋଟ୍‌ । ଏବେକାର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ପୁଣି ଥରେ ନିର୍ବାଚନକୁ ଓହ୍ଲାଇଛନ୍ତି । ତାଙ୍କୁ ପ୍ରତିଦ୍ୱନ୍ଦିତା କରିବେ ପୂର୍ବତନ ଉନ୍ନୟନ କମିଶନର ତଥା ଓଇଆରସି ଅଧ୍ୟକ୍ଷ ସତ୍ୟପ୍ରକାଶ ନନ୍ଦ ।  ହାତରେ ଆଉ ମାତ୍ର ୩ ଦିନ ରହିଥିବାରୁ ପ୍ରଚାର ଏବେ ଜୋରଦାର ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଓ ତାଙ୍କ ଟିମ୍ ଲଢ଼ୁଥିବାବେଳେ ଅନ୍ୟପଟେ ପୂର୍ବତନ ଆଇଏଏସ୍ ସତ୍ୟପ୍ରକାଶ ନନ୍ଦ ଓ ତାଙ୍କ ଟିମ୍ ଲଢ଼େଇ କରୁଛନ୍ତି। ରାଜ୍ୟ ସରକାରରେ ଶ୍ରୀ ତ୍ରିପାଠୀଙ୍କ ଦବଦବା ବହୁତ ରହିଛି। ୨୦୨୧ରେ ସେ ପ୍ରଥମ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଦାୟିତ୍ୱ ନେଇଥିଲେ। ଏହି ସମୟରେ ସେ କ୍ଲବର ରୂପାନ୍ତରୀକରଣ ଭଳି ବିଭିନ୍ନ କାର‌୍ୟ୍ୟକ୍ରମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଯାହାକି ବର୍ଷକ ପୂର୍ବରୁ ତାହା କରି ଦେଖାଇଛନ୍ତି।ଏଥର ଶ୍ରୀ ତ୍ରିପାଠୀ ନୂଆ କିଛି କରିବାର ଜିଜ୍ଞାସା ରଖିଛନ୍ତି। ବିଶ୍ୱସ୍ତରରେ ଭୁବନେଶ୍ୱର କ୍ଲବ ଯେଭଳି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ସେଥିପାଇଁ କାର୍ଯ୍ୟ କରିବେ ବୋଲି ତାଙ୍କ ଟିମ୍ କହିଛି। ତାଙ୍କ ଟିମରେ ସମ୍ପାଦକ ଭାବେ ମୁଖ୍ୟଶାସନ ସଚିବଙ୍କ ସ୍ୱତନ୍ତ୍ର ଅଧିକାରୀ ତଥା ଆଇଏଏସ୍ ଦିଲ୍ଲୀପ କୁମାର ରାଉତରା, ଉପସଭାପତି ଭାବେ ବିଶି‌ଷ୍ଟ ବ୍ୟବସାୟୀ ମହେନ୍ଦ୍ର ଗୁପ୍ତା, ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ମିଶ୍ର ଏବଂ କାର‌୍ୟ୍ୟକାରୀ କମିଟିର ସଭ୍ୟ ଲାଗି ଟି. କେ. ଦାସ, ପି. ଜେ ପାଠକ, ପି. ନାଥ, ଡ. ପି. ଭି. ମୋହନ, ପି. କେ. ମହାନ୍ତି ଏବଂ ଡ. ଦେବବ୍ରତ ବିଶ୍ବାଳ  ଲଢ଼ୁଛନ୍ତି। ସେହିପରି ଶ୍ରୀ ନନ୍ଦ ଭୁବନେଶ୍ବର କ୍ଲବର ସୁରକ୍ଷାକୁ ନାରା କରି ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି। ଶ୍ରୀ ନନ୍ଦଙ୍କ ଟିମରେ ତାପେସ ରୟ ଉପସଭାପତି ଭାବେ ଅବତୀର୍ଣ୍ଣ ହୋଇଥିବାବେଳେ ମାନସ ରଞ୍ଜନ ଦାଶ ସମ୍ପାଦକ,ଜ୍ୟୋର୍ତିମୟ ମହାନ୍ତି ଯୁଗ୍ମସମ୍ପାଦକ ଭାବେ ଲଢ଼ୁଛନ୍ତି। ଏହାସହିତ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ଅଚିନ୍ତ୍ୟ ବିକାଶ ମହାନ୍ତି, ଇଂ ଡି. ଶଙ୍କର ତ୍ରିପାଠୀ, ଜୟନ୍ତ କୁମାର ହୋତା, ରମେଶ ଚନ୍ଦ୍ର ଦାସ, ପାର୍ଥସାରଥୀ ପାଣିଗ୍ରାହୀ ସଭ୍ୟ ଭାବେ ଲଢ଼ୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: