ଭୁବନେଶ୍ୱର,୧୧ା୩ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚଳିତମାସ ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଧାମନଗରରେ ଏକ ବିଶାଳ ସଭାର ଆୟୋଜନ କରାଯିବ । ସେହି ସଭାରେ ଉଦବୋଧନ ଦେବା ପାଇଁ ଅମିତ ଶାହା ଓଡିଶାଗସ୍ତରେ ଆସିବେ । ସଭା ପୂର୍ବରୁ ସେ ଦର୍ଶନ ପାଇଁ ଆଖଣ୍ଡଳମଣି ମନ୍ଦିର ଯିବେ ପରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ତା ପରେ ସେ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କର୍ମୀମାନଙ୍କୁ ଦେଖା କରି ଦିଲ୍ଲୀ ଫେରିଯିବେ ବୋଲି ଲେଖାଶ୍ରୀ ସାମନ୍ତରାୟ ସୂଚନା ଦେଇଛନ୍ତି । ଏହି ଗସ୍ତରେ ଆସି ଶାହା ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି।ପ୍ରଥମେ ସେ ଭଦ୍ରକ ଜିଲାର ଧାମନଗର ନିର୍ବାଚନମଣ୍ଡଳୀ ଯାଇ ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ପରେ ଭୁବନେଶ୍ବର ଫେରି ଶାହା ଦଳୀୟ କର୍ମୀ, ଏମ୍ପି ଏବଂ ବିଧାୟକଙ୍କ ସହ ଏକ ବୈଠକର କରିବାର କାର୍ଯ୍ୟକ୍ରମ ରହିଥିବା ଆଜି ଲେଖାଶ୍ରୀ ସୂଚନା ଦେଇଛନ୍ତି। ପରେ ସେ ଦିଲ୍ଲୀ ଫେରିଯିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |