ଭୁବନେଶ୍ୱର,୨୪/୦୬: ରାଜ୍ୟରେ ଅଙ୍ଗନବାଡ଼ିର ସମୟରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ସକାଳ ୯ଟାରୁ ଅପରାହ୍ଣ ୨ଟା ଯାଏ ଚାଲିବ । ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ବାଭାବିକ ଭାବେ ଜୁନ୍ ୨୭ରୁ ମାର୍ଚ୍ଚ ୩୧ ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ଖୋଲା ରହିବ। ସେହିପରି ଏପ୍ରିଲ ପହିଲାରୁ ଜୁନ୍ ୨୬ ତାରିଖ ମଧ୍ୟରେ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ସ୍କୁଲ ସମୟ ସ୍ବାଭାବିକ ଭାବେ ସକାଳ ୭ଟାରୁ ୧୨ଟା ଓ ଖରାଦିନେ ସକାଳ ୬ଟାରୁ ୧୧ଟା ଧାର୍ଯ୍ୟ କରାଯାଇଛି। ସେହି ଭିତରେ ଖେଳକୁଦ ସହ ପାଠ ପଢ଼ାଯିବ । ପିଲାଙ୍କୁ ଅଭ୍ୟାସ ବହି କରିବାକୁ ଦିଆଯିବ । ୧୨ଟା ୪୫ରୁ ୧ଟା ଭିତରେ ପିଲାମାନେ ମଧ୍ୟାହ୍ନଭୋଜନ ଖାଇ ଘରକୁ ଯିବେ । ୧ଟା ୧୫ରୁ ୨ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଦିଦି ଓ ସହାୟିକାମାନେ ଅତିକମ୍ରେ ସେହି ଅଞ୍ଚଳରେ ଥିବା ଦୁଇ ଜଣ ଗର୍ଭବତୀ ଓ ପ୍ରସୂତିଙ୍କ ପାଖକୁ ଯାଇ କାଉନ୍ସେଲିଂ କରାଇବେ, ଛୁଆଙ୍କ ଓଜନ ମାପିବେ ବୋଲି ଚିଠିରେ କୁହାଯାଇଛି ।ଏ ନେଇ ଗୁରୁବାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଉକ୍ତ ସମୟ ଅନୁଯାୟୀ ଅଙ୍ଗନଓ୍ବାଡ଼ି କାର୍ଯ୍ୟ ପରିଚାଳନା ହେବ ବୋଲି କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |