ଆସନ୍ତା ୮ ତାରିଖରେ ନେତ ଉତ୍ସବ , ନିଲାମ ହେବ ମରିଚି କୁଣ୍ଡ ପାଣି

ଭୁବନେଶ୍ୱର,୦୨/୦୪: ଆସନ୍ତା ୮ ତାରିଖରେ ନେତ ଉତ୍ସବ , ନିଲାମ ହେବ ମରିଚି କୁଣ୍ଡ ପାଣି   । କରୋନା କଟକଣା କାରଣରୁ ବିଗତ ୨ବର୍ଷ ହେବ ଏହି ପାଣି ନିଲାମ ହୋଇ ପାରି ନଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଦମ୍ପତି ନିଲାମରେ ଅଂଶ ଗ୍ରହଣ କରିବେ ବୋଲି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି ।ଏହି ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ରଥ ପ୍ରତିଷ୍ଠା ପାଇଁ କେଦାରଗୌରୀ ପାଖ ମୁକ୍ତେଶ୍ୱର ମନ୍ଦିର ଠାରେ ଥିବା ମରିଚି କୁଣ୍ଡରୁ ପାଣି ଅଣାଯିବ । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ନୀତି ପରେ ଏହା ରଥ ପ୍ରତିଷ୍ଠା ପକ୍ରିୟା କରାଯିବ । ମରିଚି କୁଣ୍ଡର ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ନୀତିରେ ବ୍ୟବହାର ହେବ । ଏହାପରେ ଉକ୍ତ କୁଣ୍ଡର ପାଣି ନିଃସନ୍ତାନ ଦମ୍ପତିଙ୍କ ଉଦେଶ୍ୟରେ ନିଲାମ କରାଯିବ । ନିଲାମ ପ୍ରକ୍ରିୟା ୮ତାରିଖ ମଧ୍ୟରାତ୍ରିରୁ ୯ତାରିଖ ସକାଳ ପ୍ରାୟ ୭ଟା ଯାଏ ଜାରି ରହିବ ।   ବିଶ୍ୱାସ ଅଛି ଯେ, ଏହି ପାଣିରେ ନିଃସନ୍ତାନ ଦମ୍ପତି ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି ।  ନିଲାମ ପ୍ରକ୍ରିୟା ବଡୁ ନିଯୋଗ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ କରାଯିବ । ଏଥିରେ ଯେଉଁ ଦମ୍ପତି ସବୁଠାରୁ ଅଧିକ ଟଙ୍କାରେ ନିଲାମ ଡାକିବେ ତାଙ୍କୁ ମିଳିବ ପ୍ରଥମ ଗରା ପାଣି । ଏହାପରେ ନିଲାମ ମୂଲ୍ୟର କ୍ରମ ଅନୁସାରେ ପାଣି ଦିଆ ଯିବ । ଶେଷରେ ଏକ ମୂଳ ମୂଲ୍ୟ ନିର୍ଦ୍ଧାରଣ କରା ଯାଇ ପାଣି ଗରା ଦିଆଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: