ଆସାମରେ ବର୍ଷା ଓ ଭୂସ୍ଖଳନ, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୧୬/୦୬:ଆସାମରେ ବନ୍ୟା ବିପତ୍ତି ।  ଆସାମର ରାଜଧାନୀ ଗୁଆହାଟୀରେ ବର୍ଷା ଓ ଭୂସ୍ଖଳନ । ବୁଧବାର ଲଗାତର ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏହାସହ ସହରର ବିଭିନ୍ନ ସ୍ଥାନ ପାଣି ଘେରରେ ରହିଛି ।  ପ୍ରବଳ ବର୍ଷା କାରଣରୁ ଆସାମର ଗୌହାଟୀ ସହ ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ହୋଇଛନ୍ତି । ଖାଲି ସେତିକି ନୁହେଁ ଆସାମର କିଛି ଅଞ୍ଚଳରେ ଭୂସ୍ଖଳନ ମଧ୍ୟ ହୋଇଛି । ବୋରାଗାରରେ ଭୂସ୍ଖଳନ ହେବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା କାରଣରୁ ୭ଟି ଜିଲ୍ଳାର ପ୍ରାୟ ୮ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଆସାମର ଢେମାଜି, ଦିବ୍ରୁଗଡ, ନାଲବରି ଓ ଦକ୍ଷିଣ ସାଲମା ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଲଗାତର ବର୍ଷା କାରଣରୁ ରାସ୍ତା ଉପରେ ପାଣି ଚାଲୁଛି । ଗାଡ଼ି ମଟର ଗୁଡ଼ିକ ମଧ୍ୟ ଭାସୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ମଧ୍ୟ ପ୍ରବାହିତ ହେଉଛି । ଯାହାଫଳରେ ଲୋକମାନେ ନାହିଁନଥିବାର ହଇରାଣ ହେଉଛନ୍ତି । ଗତ ୬ ସପ୍ତାହରେ ଆସାମରେ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ଉପୁଜିଛି । ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ଲୋକମାନଙ୍କୁ ସୁରକ୍ଷୀତ ସ୍ଥାନ ସ୍ଥାନାନ୍ତରଣ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: