ଆସିଲା ଫେବୃଆରୀ ମାସ ପାଇଁ ନୂଆ ଗାଇଡଲାଇନ୍‌

ଭୁବନେଶ୍ବର ,୩୧/୦୧ : ଫେବୃଆରୀ ମାସ ପାଇଁ ରାଜ୍ୟରେ ନୂଆ କଟକଣା ଜାରି   । ଏଣିକି ସହରାଞ୍ଚଳରେ ରାତି ୯ ନୁହେଁ ୧୦ଟାରୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ । ଭୋର ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବା ନେଇ ନିର୍ଦେଶ ଦେଇଛନ୍ତି SCR । କୋଭିଡ୍‌ କଟକଣା ସହିତ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇଛି । ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଦ୍ବାରା ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିପାରିବ। ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ, ସ୍ବୟଂଶାସିତ ଅନୁଷ୍ଠାନ କୋଭିଡ୍ କଟକଣା ମଧ୍ୟରେ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନରେ ଚାଲିବ।ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ୍‌ ଗାଇଡଲାଇନ୍‌କୁ ପାଳନ କରି ଛାତ୍ରଛାତ୍ରୀମାନେ ସରସ୍ବତୀ ପୂଜା କରିପାରିବେ । କିନ୍ତୁ ସର୍ବସାଧାରଣ ସ୍ଥାନରେ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇ ନାହିଁ ।   ଏହା ସହିତ ରାଜ୍ୟରେ ଦୋକାନ ବଜାର, ମଲ୍‌, ଶପିଂ କମ୍ପେକ୍ସ, ହାଟ, ସିନେମା ହଲ୍‌, ସ୍ବିମିଂ ପୁଲ୍‌, ଏଣ୍ଟରଟେନ୍‌ମେଣ୍ଟ କମ୍ପଲେକ୍ସ, ଥିଏଟର୍‌, ଅଡିଟୋରିୟମ ଭୋର ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ । ରାତ୍ରୀ କାଳୀନ କର୍ଫ୍ୟୁ ବେଳେ ଜାନୁଆରୀ ମାସରେ ଜାରି କରାଯାଇଥିବା ନିୟମାବଳୀ ଫେବୃଆରୀ ମାସରେ ମଧ୍ୟ ଲାଗୁହେବ । ଖାଦ୍ୟ ହୋମ୍‌ ଡେଲିଭରୀ, ଗ୍ରୋସରୀ, ପନିପରିବା, ମାଛ, ମାଂସ, ଅଣ୍ଡା କ୍ଷୀର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ । ସ୍ବିଗି, ଜୋମାଟୋ, ଓମ୍‌ଫେଡ୍‌, ଚିଲିକା ଫ୍ରେସ୍‌ ଖୋଲା ରହିବ ।କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରାଯାଇ ଧର୍ମାନୁଷ୍ଠାନ ଖୋଲା ରହିବ । ଭିଡ ନିୟନ୍ତ୍ରଣ କରିବ ଜିଲ୍ଲା ପ୍ରଶାସନ । ଅଧିକ ଭିଡ ହେଲେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିପାରିବେ । ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ରେ କଡା କଡି ପାଳନ ହେବ କୋଭିଡ୍‌ ଗାଇଡଲାଇନ୍‌ । ଭର୍ଚୁଆଲ ମିଟିଂ ଏବଂ ଟ୍ରେନିଂ ଉପରେ ଗୁରୁତ୍ବ ଦେବାକୁ ଅପିଲ୍‌ କରିଛନ୍ତି ରାଜ୍ୟ ସରକାର ।ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମାରେ ସମୁଦ୍ର, ନଦୀ, ପୋଖରୀ କିମ୍ବା ଅନ୍ୟ ଜଳାଶୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁମାନେ ଏସବୁ ଜଳସ୍ରୋତରେ ବୁଡ଼ ପକାଇ ପାରିବେ ନାହିଁ। ତେବେ ମାଘ ମେଳା ଓ ମାଘ ପୂର୍ଣ୍ଣିମା ରୀତିନୀତି ଅନୁସାରେ ମନ୍ଦିର/ଦେବାଳୟରେ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହୋଇପାରିବ।

FKbQj BakAAwhhS

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: