ଆସୁଛି ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର,୨୨।୩ :ରାଜ୍ୟରେ  ପଶ୍ଚିମା ଝଡ଼ର ପ୍ରଭାବ ,ବିଭିନ୍ନ ଜିଲ୍ଲାରେ କୁଆପଥର ବର୍ଷା । ଅଧିକାଂଶ ସ୍ଥାନରେ ପାଗ ମେଘୁଆ ।  ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା ଅନୁମାନ ।  ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଜଗତସିଂହପୁର ଆଦି ୭ଟି ଜିଲ୍ଲାରେ କୁଆପଥର ବର୍ଷା ଦେଖିବାକୁ ମିଳିଛି । ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଲାଗି ରହିଛି। ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ଝଡ଼ପବନ ଓ ବିଜୁଳି ଘଡ଼ଘଡ଼ି ହୋଇଛି। ମଙ୍ଗଳବାର ଭୁବନେଶ୍ୱରରେ ସର୍ବାଧିକ ୧୯.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧାରେ ୧୫, ଭବାନୀପାଟଣାରେ ୧୨.୨, ଗୋପାଳପୁରରେ ୧୨.୨, କଟକରେ ୧୧.୨, କେନ୍ଦ୍ରାପଡ଼ାରେ ୧୦.୪, ଜଗତସିଂହପୁରରେ ୧୦, ଛତ୍ରପୁରରେ ୯.୬, ପୁରୀରେ ୭.୯, ପାରାଦ୍ୱୀପରେ ୫.୧ ମିମି ବର୍ଷା ହୋଇଛି। ଟ୍ରପ୍‌ଲାଇନ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହେବ। ଏହାର ପ୍ରଭାବ ଓଡ଼ିଶା ଉପରେ ବି ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୪ ଦିନ ରାଜ୍ୟରେ ଠାଏ ଠାଏ କାଳବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।  ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୨୩ ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଆଉ ଏକ ପଶ୍ଚିମା ଝଡ଼ ପ୍ରବାହିତ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗୋଟିଏ ପଟେ ପଶ୍ଚିମା ଝଡ଼ ପ୍ରଭାବରେ ଖରାଦିନରେ ଆଶ୍ୱସ୍ତି ମିଳୁଥିବାବେଳେ ଅନ୍ୟପଟେ ଚାଷରେ ବ୍ୟାପକ କ୍ଷତି ହୋଇଛି। ଗତ ୪ଦିନ ହେବ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ସହିତ କୁଆପଥର ମାଡ଼ ସବୁ ଚାଷକୁ ନଷ୍ଟ କରିଦେଇଛି। ଧାନ ଠାରୁ ଆରମ୍ଭ କରି ପନିପରିବା, ମକା ମୁଗ, ବିରି ଓ ସୂର୍ଯ୍ୟମୁଖୀ ଫସଲ ନଷ୍ଟ ହୋଇଛି। ଏହି ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି। ପୁଣି ଏକ ପଶ୍ଚିମା ଝଡ଼ ଆସୁଥିବାରୁ ଚାଷୀକୂଳ ଏବେ ଚିନ୍ତାରେ ପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!