ଆସୁଛି ଆଉ ଗୋଟିଏ ଲଘୁଚାପ

ନୂଆଦିଲ୍ଲୀ, ୧୩|୦୫: ଏକ ଲଘୁଚାପ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି । ବଙ୍ଗୋପାସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଆସନ୍ତା ୩-୪ ଦିନ ଭିତରେ ଏହାର ଝଲକ ଦେଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ ।   ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଡେଲ୍‌ ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛି । ଆସନ୍ତା ଦୁଇ ସପ୍ତାହ ପାଇଁ ଆଇଏମ୍‌ଡି ଜାରି କରିଥିବା ଏକ୍ସଟେଣ୍ଡେଡେ୍‌ ଫୋରକାଷ୍ଟରେ ଏଭଳି ସମ୍ଭାବ୍ୟ ସ୍ଥିତି ବାବଦରେ ସୂଚନା ଦିଆଯାଇଛି। ଆଇଏମଡି ଇସିଏମଡବ୍ଲୁଏଫ ମଡେଲ୍‌ ଅନୁସାରେ ମେ’ ୧୩ରୁ ୧୯ ତାରିଖ ଭିତରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ । ଏହା ଅବପାତ ରୂପ ବି ନେଇପାରେ । ମାତ୍ର ଅଧିକାଂଶ ମଡେଲ୍‌ ଅବପାତ ସମ୍ଭାବନାକୁ ଖଣ୍ଡନ କରିଛି। ମାତ୍ର ଲଘୁଚାପ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । କେତେକ ବିଦେଶୀ ପାଣିପାଗ ମଡେଲ୍‌ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସୂଚାଇଛନ୍ତି । ଅନ୍ୟପଟେ ଆଇଏମଡି ମୌସୁମୀ ସମ୍ପର୍କରେ ପୂର୍ବାନୁମାନ କରିଛି । ଆଇଏମଡି ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୧୫ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ । ଯାହାକି ୫ ଦିନ ଆଗୁଆ । ପାଗ ଅନୁକୁଳ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ସାଧାରଣତଃ ମେ’ ୨୦ ତାରିଖବେଳକୁ ଆଣ୍ଡାମାନ ସାଗରରେ ପ୍ରବେଶ କରେ ମୌସୁମୀ । ଏଥର ମୌସୁମୀ ସଅଳ ଆସିବା ଅନୁମାନ କରାଯାଉଛି । ମାତ୍ର ଏହା ପ୍ରଭାବରେ ଓଡ଼ିଶାରେ ଯେ ମୌସୁମୀ ଶୀଘ୍ର ଆସିବ, ତାହା ଏବେଠାରୁ ଆକଳନ କରାଯାଇପାରିବନାହିଁ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: