ଭୁବନେଶ୍ଵର୧୬/୦୭: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥାର ନିଚ୍ଛକ ଚିତ୍ରକୁ ଠିକଣା ଢଙ୍ଗରେ ଚିତ୍ରିତ ହୋଇଥିବା କାହାଣୀ ହେଉଛି ଓଡ଼ିଆ ସିନେମା ‘ଦମନ’ । ଯେଉଁଥିରେ ଡାକ୍ତର ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ ସୁପର୍ଷ୍ଟାର୍ ବାବୁସାନ୍ । ତାଙ୍କ ସହିତ ଅଛନ୍ତି ମଞ୍ଚ, ସିନେମା ଏବଂ ମ୍ୟୁଜିକ୍ ଭିଡିଓ ଦୁନିଆର ଜଣେ ଯୁବ ପ୍ରତିଭାବାନ କଳାକାର ଦୀପନ୍ୱିତ ଦାଶମହାପାତ୍ର । ଉଭୟଙ୍କ ଅଭିନୟ ବେଶ୍ ବାସ୍ତବ ଓ ଜୀବନ୍ତ ହୋଇଛି । ଯେଉଁଥିପାଇଁ ସିନେମାର ଟ୍ରେଲର୍ ପରେ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ଭିତରେ ଏହି ସିନେମାକୁ ନେଇ ନାନାଦି ଚର୍ଚ୍ଚା ଚାଲିଛି । ସମସ୍ତେ ଏବେ ଏହାକୁ ଦେଖିବା ଲାଗି ଅପେକ୍ଷା କରି ବସିଥିଲାବେଳେ ଶୁଣିବାକୁ ମିଳିଛି କି ସିନେମାଟି ଆସନ୍ତା ଅଗଷ୍ଟ ମାସରେ ରାକ୍ଷୀ ପୂର୍ଣ୍ଣିମାର ମୁକ୍ତିଲାଭ କରିବାକୁ ଯାଉଛି । ଟ୍ରେଲର୍ ଦେଖିଥିବା ଦର୍ଶକ ବିଶେଷ କରି ଅଭିନେତା ବାବୁସାନ୍ଙ୍କ ଅଭିନୟ ଓ ନିର୍ମାଣଧୀନ ଟିମ୍ର ଭୂୟସୀ ପ୍ରଶଂସା କରିଚାଲିଛନ୍ତି । ଏହାର କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ଉଭୟେ ସିନେମାର ସଫଳତା ନେଇ ବହୁ ଆଶାବାଦୀ ଅଛନ୍ତି । ସିନେମାର ନିର୍ମାଣ, ଗୀତ ସାଙ୍ଗକୁ ଅନ୍ୟାନ୍ୟ ଦିଗରୁ ବହୁତ ସୁନ୍ଦର ପ୍ରସ୍ତୁତି ହୋଇଛି । ବିଶେଷ କରି ବାବୁସାନ୍ ଗାଇଥିବା ଗୀତକୁ ଅଧିକ ଦର୍ଶକ ପସନ୍ଦ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |