ଆସୁଛି ବର୍ଷା, ମୁକୁଳା ପଡ଼ିଛି  ବନ୍ଧବାଡ଼ 

ମହାକାଳପଡ଼ା ୧୨/୬ – ମହାକାଳପଡ଼ା ବ୍ଲକ ସଦାସର୍ବଦା ବିପର୍ଯ୍ୟୟ ପ୍ରବଣ ଭାବେ ରହିଆସିଛି । ବନ୍ୟା, ବାତ୍ୟା, ସମୁଦ୍ର ଜୁଆର, ସୁନାମି ପାଇଁ ବ୍ଳକର ଉପକୂଳ ଅଧିବାସୀମାନେ ସଦାସର୍ବଦ।। ଚିନ୍ତିତ ଥାଆନ୍ତି । କେଉଁଠି ବନ୍ଧବାଡ଼ ନିଚାତ, କେଉଁଠି ସରକାରୀ ଅନୁଦାନ ଖର୍ଚ୍ଚ ହୋଇମଧ୍ୟ କାର୍ଯ୍ୟ କରିବାରେ ଅନିୟମିତତା ତେବେ ଏସବୁ ଭିତରେ ବ୍ଲକର ୩୧ ପଂଚାୟତର ଅଧିବାସୀମାନେ ଏକପ୍ରକାର ବିପର୍ଯ୍ୟୟର ସହଚର ଭାବେ ରହିଆସିଛନ୍ତି । ନଦୀତଟବନ୍ଧ ବିଭାଗର ରାସ୍ତାଗୁଡ଼ିକ ସମୁଦ୍ରକୂଳେ କୂଳେ ରହିଛି । ସେହିପରି ଜଳସମ୍ପଦ ବିଭାଗର ଘେରିବନ୍ଧ ଗୁଡ଼ିକ ମହାନଦୀ ତ୍ରିକୋଣଭୂମି ଅଂଚଳରେ ରହିଛି । ମହାନଦୀର ଶାଖାନଦୀ ଓ ମହାନଦୀ ଏହିଘେରିବନ୍ଧ ଗୁଡ଼ିକର ଚାରିପଟେ ବହିଯାଇଛନ୍ତି । ବ୍ଳକର ଗୋଜାବନ୍ଧ, ମହାକାଳପଡ଼ା, ବିଜୟନଗର ଓ ବାବର ସେକ୍ସନ ଅଧିନରେ ନଦୀତଟବନ୍ଧ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଘେରିବନ୍ଧ ତିଆରି କରାଯାଇଛି । ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ କିଲୋମିଟର ଏହି ୫ଟିସେକ୍ସନ ଅଧିନରେ ଆସୁଛି । ସେହିପରି ଜଳସମ୍ପଦ ବିଭାଗର ଓସ୍ତର ଓ କୁଳା ଏହି ଦୁଇଟି ସେକ୍ସନ ଅଧିନରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ କିଲୋମିଟର ଘେରିବନ୍ଧ ରହିଛି । ତେବେ ଏହିସବୁ ଘେରିବନ୍ଧ ଗୁଡ଼ିକୁ ଯଦି ତର୍ଜମା କରାଯାଏ ତେବେ ଆଜି ଦିନରେ ଅନେକ ସ୍ଥାନରେ ଘେରିବନ୍ଧ ଗୁଡ଼ିକୁ ଉଚ୍ଚା, ଚଉଡ଼ା କରିବାର ନିହାତି ଆବଶ୍ୟକତା ରହିଛି । । ଯଦି ପାଣିପାଗ ବିଶେଷଜ୍ଞମାନଙ୍କର ଆକଳନ ଠିକ ହୁଏ ଓ ଗଣମାଧ୍ୟକୁ ଦେଇଥିବା ଏସ୍‌ଆରସିଙ୍କ ପରାମର୍ଶ ଯଦି ନିର୍ଭୁଲ ଭାବେ ବର୍ଷା ଅନବରତ ବର୍ଷିବ ତେବେ ବନ୍ଧବାଡ଼ ଡେଇଁ ପାଣି ଜନବସତି ଆଡ଼କୁ ମୁହାଁଇବା ସହ ଜଳବନ୍ଦି ଅଂଚଳ ଅନେକ ହୋଇଯିବାର ସମ୍ଭାବନା ଦେଖାଦେବ । ଯାହାର ସ୍ପଷ୍ଟ ନମୁନା ଚଳିତ ୟସ୍ ବାତ୍ୟାରେ ଦେଖିବାକୁ ମିଳିଛି । ପବନ ଅପେକ୍ଷା ପାଣି ମହାକାଳପଡ଼ାର ପ୍ରଭୂତ କ୍ଷୟକ୍ଷତି କରିଛି । ଜଳନିଷ୍କାସନର ପ୍ରତିବନ୍ଧକ ଏଣେ ଦୁର୍ବଳ ଘେରିବନ୍ଧ । ଯାହା ପାଇଁ ବ୍ଳକବାସୀ ନାହିଁନଥିବା ହଇରାଣର ସମ୍ମୁଖିନ ହୋଇଥିଲେ । ବ୍ଳକର ବତୀଘର, ନିପାଣିଆ, କଜଳପାତିଆ, ଟୁବି, ବରକୋଳିଖଳା, ଖରିନାସୀ, ରାମନଗର, ବରଜ, ବାହାକୁଦ, ହରିଆବାଙ୍କ, ବାରନମ୍ବର, ସ୍କୁଲଘେରି, ପନ୍ଦରମାଇଲି, କାଂସପାଳ, ବଗଗହଣ, ବଡ଼ଦାଣ୍ଡୁଆ, ବଡ଼ପାଳ, ପଙ୍କପାଳ, କଳତୁଙ୍ଗା, ଗୁଳୁଦିଆ, ସୁନତି, ପାଂଚଗୋଛିଆ, ଜମ୍ବୁ, କଣ୍ଡରାପାଟିଆ ପ୍ରଭୃତି ଗ୍ରାମଗୁଡ଼ିକ ନଦୀତଟବନ୍ଧ ବିଭାଗର ଘେରିବନ୍ଧ କଡ଼େ କଡ଼େ ଏହି ଜନବସତିଗୁଡ଼ିକ ଗଢ଼ିଉଠିଛି । ଯଦିବର୍ଷା ବିତ୍ପାତ ହୁଏ ତେବେ ତଳିଆ ଅଂଚଳଗୁଡ଼ିକ ଜଳମଗ୍ନହେବାକୁ ଅସ୍ୱିକାର କରାଯାଇନପାରେ । ତେବେ ଏହି ଅଂଚଳରୁ ଜଳନିଷ୍କାସନ ପାଇଁ ବା ଦୁର୍ବଳ ଘେରିବନ୍ଧ ଗୁଡ଼ିକୁ ସୁରକ୍ଷା ଦେବାପାଇଁ ନଦୀତଟବନ୍ଧ ବିଭାଗ କେତେ ପରିମାଣରେ ପ୍ରସ୍ତୁତ ଅଛି, ଯାହାକି ଚର୍ଚ୍ଚାର ବିଷୟ । ସେହିପରି ପାଇକା, ଲୁଣା, ମହାନଦୀ କୂଳେକୂଳେ ଜଳସମ୍ପଦ ବିଭାଗର ବଡ଼କୂଳ, କରଞ୍ଜ, ତେରଗାଁ, ଜୟଚନ୍ଦ୍ରପୁର, ଯଦୁପୁର, ଗଡ଼ରୋମିତ, ଟିକରପଙ୍ଗା, ପାଟଳିପଙ୍କ, ତିଖିରି, ଖୁରୁସିଆ, ଅମେଇପାଳ ପ୍ରଭୃତି ପଂଚାୟତର ପାଖାପାଖି ୬୦ରୁ ଉର୍ଦ୍ଧ୍ୱ ଗାଁ ପାଇଁ ଅନେକ ସମୟରେ ବର୍ଷାଜଳ, ବନ୍ୟାଜଳ ନିଷ୍କାସନରେ ବିଳମ୍ବ ହେବାନେଇ ଏହି ପଂଚୟତ ଗୁଡ଼ିକର ଲୋକମାନଙ୍କର ଫସଲ ଧୋଇ ହୋଇଯାଇଥାଏ । ଇତିମଧ୍ୟରେ କୋଦାକଣ ସ୍ଲୁଇସ୍‌ର ପୁନରୁଦ୍ଧାର ଓ ଆଉ କେତୋଟି ସ୍ଥାନରେ ସ୍ଲୁଇସ୍ ଗେଟ୍ ନିର୍ମାଣ କରାଯାଇଛି । ତେବେ ଏହି ସ୍ଲୁଇସ୍‌ଗେଟ୍‌ରେ ପାଣି ନିଷ୍କାସନ ପାଇଁ ଜଳସମ୍ପଦ ବିଭାଗ ସ୍ଲୁଇସ୍ ମୁହଁଗୁଡ଼ିକ ପରିସ୍କାର କରିଛିକି ନାହିଁ, କାଦୁଅପଙ୍କକୁ ଖୋଳାଯାଇ ଜଳନିଷ୍କାସନ ବାଟ ପରିଷ୍କାର ଉପରେକେତେଦୂର ଜଳସମ୍ପଦ ବିଭାଗର ଅଧିକାରୀମାନେ କେତେଦୂର ଦୃଷ୍ଟି ଦେଇଛନ୍ତି, ତାହା ମଧ୍ୟ ଦେଖିବା ଜରୁରୀ । ମୋଟ ଉପରେ କହିବାକୁ ଗଲେ ବ୍ଲକର ୩୧ ଗୋଟି ପଂଚାୟତକୁ ବିପର୍ଯ୍ୟୟରୁ ସୁୂରକ୍ଷା ଦେବା ପାଇଁ ବିଶେଷକରି ନଦୀ, ସମୁଦ୍ର ଢ଼େଉରୁ ଜନବସମିଗୁଡ଼ିକୁ ଏଥିରୁ ସୁରକ୍ଷା ଦେବାକୁ ହେଲେ ମାଷ୍ଟରପ୍ଲାନର ଆବଶ୍ୟକତା ସହ ସରକାରଙ୍କ ଦୀର୍ଘମିଆଦି ସୁତ୍ରରେ ହେବାକୁଥିବା ବିପର୍ଯ୍ୟୟ ମୁକାବିଲା ଯୋଜନାରେ ବ୍ଳକକୁ ସାମିଲ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: