ଆସୁଛି ବାତ୍ୟା ଅସାନୀ

ନୂଆଦିଲ୍ଲୀ,୨୦/୩: ଆସୁଛି ବାତ୍ୟା ଅସାନୀ। ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜରେ ମାଡ଼ ହେବ। ଏଥିପାଇଁ ଆଣ୍ଡାମାନ ଓ ନିକୋବାର ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଭାରତୀୟ ପାଣିପାଗ ବିଭାଗ(IMD)ର ସୂଚନା ଅନୁସାରେ, ପଙ୍ଗୋପସାଗରର ଦକ୍ଷିଣପୂର୍ବ ଓ ଦକ୍ଷିଣ ଆଣ୍ଡାମାନ ସାଗର ମଧ୍ୟରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି।  ଏହି ବାତ୍ୟା ଆଣ୍ଡାମାନେ ଓ ନିକୋବାର ଦୀପ ଦେଇ ଉତ୍ତରଆଡ଼କୁ ଯିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏହା ତୀବ୍ରତର ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତାକାଲି ମାର୍ଚ୍ଚ ୨୧ ଏହା ବାତ୍ୟାର ରୂପ ନେଇ ଆଣ୍ଡାମାନରେ ସ୍ଥଳଭାଗ ଛୁଇଁବ। ବାତ୍ୟା ପ୍ରଭାବରେ ମାର୍ଚ୍ଚ ୨୦ ତାରିଖରୁ ଆଣ୍ଡାମାନ ଦୀପରେ ଅଧିକାଂଶ ସ୍ଥାନରେ ହାଲ୍‌କା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା ସହିତ ବିଜୁଳି ଘଡ଼ଘଡ଼ି ମାରିବାର ମଧ୍ୟ ଆଶଙ୍କା ରହିଛି। ଉଭୟ ଆଣ୍ଡାମାନ ଓ ନିକୋବାରରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟାକୁ ଦେଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଆଣ୍ଡାମାନ ଓ ନିକୋବାର ପ୍ରଶାସନ। ଭାରତୀୟ ତଟରକ୍ଷୀ ବାହିନୀ(ICG) ବୋଟ ଧରି ମାଛଧରାଳିମାନଙ୍କୁ ସତର୍କ କରୁଛି। ଅଶାନ୍ତ ସମୁଦ୍ର ଭିତରକୁ ଯିବାକୁ ସେମାନଙ୍କୁ ମନା କରାଯାଉଛି।ବାତ୍ୟାକୁ ଦେଖି ଆଣ୍ଡାମାନ-ନିକୋବାର ଦୀପରେ ସମସ୍ତ ପର୍ଯ୍ୟଟନ କାର୍ଯ୍ୟ ନିଲମ୍ବିତ କରାଯାଇଛି। ମାର୍ଚ୍ଚ ୧୯-୨୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ସମ୍ପର୍କିତ କାର୍ଯ୍ୟ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: