ଆୟୁର୍ବେଦିକ୍ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

 

ଗଞ୍ଜାମ-୪/୩(ମନୋଜ କୁମାର ପାତ୍ର):ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ବୁଧବାର ଦିନ ବାର୍ଷିକ ଉତ୍ସବ ଓ ଶିଷ୍ୟ ଉପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କଲେଜର ଅଧକ୍ଷ ପ୍ରଫେସର୍ ଡା.ବିପିନ୍ ବିହାରୀ ଖୁଣ୍ଟିଆ ଓ ଛାତ୍ର ସଂସଦର ମୂଖ୍ୟ ଉପଦେଷ୍ଟା ଡା.ବିମଳ କୁମାର ପଣ୍ଡା ପ୍ରଥମେ ଭଗଵାନ ଧନନ୍ତରୀ ପୂଜା ଅର୍ଚ୍ଚନା କରି ନୂତନ ଛାତ୍ରଛାତ୍ରୀ ମାନଙ୍କର ଶିଷ୍ୟ ଉପନୟନ କାର୍ଯ୍ୟକ୍ରମ କରିଥିଲେ।ଉତ୍ସବର ମୁଖ୍ୟ ଅତିଥି ପ୍ରଫେସର୍ ମଳୟ ମିଶ୍ର ଓ ସମ୍ମାନିତ ଅତିଥି ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇଥିଲା।ସଭାରେ ମଞ୍ଚାସୀନ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଭାବରେ କଲେଜର ଅଧକ୍ଷ ଓ ଛାତ୍ର ସଂସଦର ମୁଖ୍ୟ ଉପଦେଷ୍ଟାଙ୍କ ଦ୍ଵାରା କରୋନାର ସମସ୍ତ ନିୟମ ପାଳନ କରି ସଭା ଅନୁଷ୍ଠିତ ହୋଇଥିଲା।

WhatsApp Image 2021 03 03 at 11.14.58 PM

ଏହି ସଭାରେ ଡା ବିମଳ କୁମାର ପଣ୍ଡା ଆୟୁର୍ବେଦର ଉପଚାରିତା ବିଷୟରେ ବର୍ଣ୍ଣନା କରିବା ସହ କରୋନାର ମୁକାବିଲା ପାଇଁ ଆୟୁର୍ବେଦ ଚିକିତ୍ସାର ଅବଦାନ ସମ୍ବନ୍ଧରେ ନୂତନ ଛାତ୍ର ମାନଙ୍କୁ ଉଦବୋଧନ ଦେଇଥିଲେ ।ଏଥିରେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମଧ୍ୟ ନିଜ ନିଜ ବହୁମୂଲ୍ୟ ଭାଷଣ ଅଭିବ୍ୟକ୍ତ କରିଥିଲେ।ଦ୍ଵିତୀୟ ପର୍ଯ୍ୟାୟର ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିସନର୍ ଡ଼ା.ସିଦ୍ଧେଶ୍ୱର ବଳୀରାମ୍ ବୋନ୍ଦରଙ୍କ ଯୋଗ ଦେବା ସହ ଅନୁଷ୍ଠାନର ସାମୁହିକ ଉନ୍ନତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଲୋକଙ୍କ ନିମନ୍ତେ କିପରି ସୁବିଧାରେ ଆୟୁର୍ବେଦିୟ ଚିକିତ୍ସା ଉପଲବ୍ଧ ହେଇପାରିବ ସେହି ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ।ବାର୍ଷିକ ଉତ୍ସବ ଉପଲକ୍ଷେ ଛାତ୍ର ସଂସଦର ସଭାପତି ଶ୍ରୀ ରାଜେଶ୍ ସାହୁ , ଛାତ୍ର ସଂସଦର ସମ୍ପାଦକ ଶ୍ରୀ ସତ୍ୟନାରାୟଣ ପାଲ୍ ,ପ୍ରିନସିପାଲ୍ ଡ଼ା.ବିପିନ୍ ବିହାରୀ ଖୁଣ୍ଟିଆ ଓ ଛାତ୍ର ସଂସଦ ମୁଖ୍ୟ ଉପଦେଷ୍ଟା ଡ଼ା ବିମଳ କୁମାର ପଣ୍ଡାଙ୍କ ଦ୍ଵାରା ପ୍ରଥମେ ଗୀତ ପରିବେଷଣ କରି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏଥିରେ କଲେଜର ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ଗାନ କରିବା ସହ ନୃତ୍ୟ ପରିବେଷଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ତେବେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡର ସୁନାମ ଧନ୍ୟ ଗାୟିକା ଅସୀମା ପଣ୍ଡା ଯୋଗଦାନ କରି ସଙ୍ଗୀତ ପରିବେଷଣ କରିଥିଲେ।

WhatsApp Image 2021 03 03 at 11.14.46 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: