ଆୟୁଷ୍ କ୍ବାଥ ଇମ୍ୟୁନିଟି ବଢାଏ: ଆରୋଗ୍ୟ ଭାରତୀ

ବ୍ରହ୍ମପୁର-୦୭/୦୬(ମନୋଜ କୁମାର ପାତ୍ର): ଆରୋଗ୍ୟ ଭାରତୀ, ବ୍ରହ୍ମପୁର ତରଫରୁ ହରିହର ନଗରସ୍ଥିତ ଭରଦ୍ୱାଜ ବହୁମୁଖୀ ପ୍ରତିଷ୍ଠାନ ଠାରେ ଡା. ନକୁଳ ସାହୁଙ୍କ ସଂଯୋଜନାରେ ସ୍ବାସ୍ଥ୍ଯ ସଚେତନତା କରାଯାଇଥିଲା। କରୋନା ସମୟରେ ଜନସାଧାରଣଙ୍କ ଅଭାବ ଓ ମାନସିକ ଅସନ୍ତୁଳନ ରହୁଛି। ଏଥିପାଇଁ ବଢୁଥିବା ମଧୁମେହ, ରକ୍ତ ଚାପ, ଓ ଇମ୍ୟୁନିଟି ଦୁର୍ବଳ ଜନିତ ସମସ୍ୟା ଦୂର ସକାଶେ ସଚେତନତା, ମାଗଣା ରକ୍ତ ଶର୍କରା, ରକ୍ତ ଚାପ ପରିକ୍ଷା ଓ ଔଷଧ ତଥା ଆୟୁଷ୍ କ୍ବାଥ ବଣ୍ଟନ କରାଯାଇଥିଲା। ବହୁ ସଂଖ୍ଯା ରେ ଜନସାଧାରଣ ଯୋଗ ଦେଇ ତୁଳସୀ, ଡାଲଚିନି, ଶୁଣ୍ଠି, ଗୋଲମରିଚ ଓ ଦ୍ରାକ୍ଷା ଉପାଦାନ ରେ ଗଢା ଆୟୁଷ୍ କାଢା ପାନ କରିଥିଲେ। ଡାବର ଇଣ୍ଡିଆ ପ୍ରତିନିଧି ଆଲୋକ ବେହେରା ରକ୍ତ ଶର୍କରା ପରିକ୍ଷା କରିଥିଲେ। ବାହାର କୁ ଗଲେ ହଳଦିପାଣି ବୁଡାଇ ମାସ୍କ, ସାମାଜିକ ଦୂରତା ରକ୍ଷା, ମୁକ୍ତା ମଂଜାରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଡା.ଏ.ବାଳକୃଷ୍ଣ, ଡା. ପ୍ରମିଳା ପଣ୍ଡା, ତପନ କୁମାର ପାଢ଼ୀ, ପୀତବାସ ପାତ୍ର, ରୁଦ୍ର ପ୍ରସାଦ ସାସମଲ, କୁଳଦୀପ ସାହୁ ପ୍ରମୂଖ ସହଯୋଗ କରିଥିଲେ।

WhatsApp Image 2021 06 07 at 2.38.15 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: