ନୂଆଦିଲ୍ଲୀ, ୨୧/୦୯ :ଇଜିପ୍ଟ ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଇଜିପ୍ଟର ବାୟୂସେନା ଘାଟି ପରିଦର୍ଶନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ସେଠାରେ ପ୍ରତିରକ୍ଷା ସମ୍ପର୍କିତ ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ଦ୍ବିପାକ୍ଷିକ ସାମରିକ ସହଯୋଗ ବୃଦ୍ଧି ପାଇଁ ଏହି ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।ଏହି କ୍ରମରେ ଇଜିପ୍ଟର ରାଜଧାନୀ କାଇରୋରେ ଥିବା ବିଭିନ୍ନ ଏୟାର ବେସ୍ ପରିଦର୍ଶନ କରିବା ସହ ସେଠାକାର ପ୍ରତିରକ୍ଷା ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଇଜିପ୍ଟର ଏୟାର ଫୋର୍ସ ସହ ଭାରତୀୟ ଏୟାର ଫୋର୍ସର ମଧ୍ୟ ଏକ ମିଳିତ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |