ନୂଆଦିଲ୍ଲୀ,୨୭।୦୯: ଇଟାଲିରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଜିଓର୍ଜିଆ ମେଲୋନୀ ଇତିହାସ ରଚିଛନ୍ତି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ମେଲୋନୀ । ବ୍ରଦର ଅଫ ଇଟାଲୀ ପାର୍ଟିର ନେତ୍ରୀ ଜର୍ଜିଆ ମେଲୋନୀ ପୂର୍ବତନ ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଘିଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି । ଇଟାଲୀରେ ୧୯୪୫ ପରେ ୨୦୨୨ ପର୍ଯ୍ୟନ୍ତ ୭୭ ବର୍ଷରେ ୭୦ ଥର ସରକାର ବଳଦିଛି । ଜର୍ଜିଆ ମେଲୋନୀଙ୍କ ପ୍ରଧାନମନ୍ତ୍ରୀ ହେବା ସହିତ ଇଟାଲୀର ଫାଶିଷ୍ଟ ତାନାଶାହ ବେନିଟୋ ମୁସୋଲିନୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହାର ଅର୍ଥ ହେଲା ଯେ, ଜର୍ଜିଆ ମେଲୋନୀ ନିଜକୁ ମୁସୋଲିନୀଙ୍କ ସମର୍ଥକ ମନେ କରନ୍ତି । ଜର୍ଜିଆ ମେଲୋନୀ ନିର୍ବାଚନ ପୂର୍ବରୁ ଫାର୍ଜା ଇଟାଲିଆ ଏବଂ ଦ ଲିଗ ସହିତ ମେଣ୍ଟ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ମେଣ୍ଟକୁ ୪୩ ପ୍ରତିଶତ ଭୋଟ ମିଳିଥିଲା । ଏଥିରେ ଜର୍ଜିଆ ମେଲୋନୀଙ୍କ ଦଳକୁ ୨୬ ପ୍ରତିଶତ ଭୋଟ ହାସଲ ହୋଇଥିଲା । ବାମପନ୍ଥି ଡେମୋକ୍ରେଟିକ ପାର୍ଟିଙ୍କ ନେତୃତ୍ୱରେ ମେଣ୍ଟକୁ ୨୬ ପ୍ରତିଶତ ଭୋଟ ମିଳିଥିଲା । ୫ ଷ୍ଟାର ମୁଭମେଣ୍ଟକୁ ୧୫ ପ୍ରତିଶତ ଭୋଟ ମିଳିଥିଲା । ମେଲୋନୀ ମେଣ୍ଟ ସୀନେଟର ୧୧୪ ଆସନ ଜିତିବାରେ ସଫଳ ହୋଇଥିଲେ । ଇଟାଲୀରେ ବହୁମତ ପ୍ରମାଣିତ କରିବା ପାଇଁ ସୀନେଟର ୧୦୪ ଆସନ ଆବଶ୍ୟକ । ଇଟାଲୀର ପୂର୍ବ ସରକାର ମେଣ୍ଟରେ ସାମିଲ ଅନ୍ୟ ଦଳଗୁଡ଼ିକ ସମର୍ଥନ ଫେରାଇ ନେଲା ପରେ ଜୁଲାଇରେ ଭାଙ୍ଗିଯାଇଥିଲା
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |