ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨।୩: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଭାରତ ପହଞ୍ଚିଛନ୍ତି। ମେଲୋନିଙ୍କୁ ରାଷ୍ଟ୍ରପତି ଭବନ ଠାରେ ପାରମ୍ପରିକ  ସ୍ବାଗତ କରାଯାଇଥିଲା । ମେଲୋନିଙ୍କ ସହିତ ଇଟାଲୀର ଉପମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ମଧ୍ୟ ଭାରତ ପହଂଚିଛନ୍ତି ।  ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଭାରତ ଏବଂ ଇଟାଲୀ ମଧ୍ୟରେ ଏକ ଷ୍ଟାର୍ଟଅପ ସେତୁ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି, ଯାହାକୁ ଆମେ ସ୍ବାଗତ କରୁଛୁ। ଆମେ ଦୁଇ ଦେଶର ସୈନ୍ୟ ମଧ୍ୟରେ ନିୟମିତ ମିଳିତ ଅଭ୍ୟାସଏବଂ ତାଲିମ ପାଠ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ଏଥିରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ଦୃଢ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଥମ ଭାରତ ଗସ୍ତ ତାଙ୍କୁ ଏବଂ ତାଙ୍କ ପ୍ରତିନିଧୀଙ୍କୁ ସ୍ବାଗତ କରୁଛନ୍ତି। ଗତ ବର୍ଷର ନିର୍ବାଚନରେ ଇଟାଲୀର ନାଗରିକମାନେ ମେଲୋନିଙ୍କୁ ପ୍ରଥମ ମହିଳା ଏବଂ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲେ। ଦେଶବାସୀଙ୍କ ତରଫରୁ ମୁଁ ତାଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି। ଚଳିତ ବର୍ଷ ଭାରତ ଏବଂ ଇଟାଲୀ ଆମର ଦ୍ୱିପାକ୍ଷିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି ଏବଂ ଏହି ଅବସରରେ ଆମେ ଭାରତ-ଇଟାଲୀ ଭାଗିଦାରୀକୁ ଏକ ରଣନୀତିକ ଭାଗିଦାରୀ ସ୍ଥିତିକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛୁ। ଆମର ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଆମେ ଗୁରୁତ୍ୱାରୋପ କରିଛୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!