ଇଡି ଅଫିସରେ ପହଁଞ୍ଚିଲେ ରାହୁଲ ଗାନ୍ଧି

ନୁଆଦିଲ୍ଲୀ  .୧୩।୬:ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଏହି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ନୋଟିସ କରିଥିଲା ତାଙ୍କ ସହିତ ପ୍ରୟଙ୍କା ଗାନ୍ଧୀ ମଧ୍ୟ ଆସିଛନ୍ତି ଏବଂ ହଜାର ହଜାର କଂଗ୍ରେସ କର୍ମୀ ଇଡି କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରୁଛନ୍ତି।ସମର୍ଥକଙ୍କୁ ସାଙ୍ଗରେ ରାହୁଲ ଯାଇଥିବା ବେଳେ ସେମାନଙ୍କୁ ଅଫିସଠାରୁ ଏକ କିଲୋମିଟର ଦୂରରେ ରୋକି ଦିଆଯାଇଛି। କଂଗ୍ରେସ କର୍ମୀମାନେ ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ଇଡି ପକ୍ଷରୁ ମିଳିଥିବା ନୋଟିସକୁ ବିରୋଧ କରିଛନ୍ତି। କଂଗ୍ରେସ ଏହି ପ୍ରଦର୍ଶନକୁ ‘ସତ୍ୟାଗ୍ରହ’ର ନାଁ ଦେଇଛି।ଇଡି ମୁଖ୍ୟାଳୟ ନିକଟରେ ଯେଉଁ କଂଗ୍ରେସକର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସେମାନଙ୍କ ଭିତରୁ କିଛି ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକ ରଖିଛି।  ରାହୁଲଙ୍କ ବୟାନ ପିଏମ୍‌ଏଲଏର ସେକ୍ସନ ୫୦ ଅନୁସାରେ ମାମଲା ରୁଜୁ କରାଯିବ। ତିନୋଟି ଅଫିସରଙ୍କୁ ପଚରାଉଚରା କରାଯି। ତାଙ୍କ ଭିତରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରାଙ୍କର ଅଫିସର ରାହୁଲଙ୍କୁ ପ୍ରଶ୍ନ ପଚାରିବେ। ସେଭଳି ଅନ୍ୟ ଅଫିସର ରାହୁଲଙ୍କ ବୟାନକୁ ଟାଇପ କରିବେ। ସେଭଳି ଡେପୁଟି ଡାଇରେକ୍ଟର ରାଙ୍କର ଅଫିସର ପ୍ରଶ୍ନକୁ ସୁପରଭାଇଜ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: