ବାଲେଶ୍ୱର,୧୫।୧୨: ଇଣ୍ଟିର-କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିଜାଇଲ ଅଗ୍ନି-୫ର ପରୀକ୍ଷଣ ହୋଇଛି। ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୫ର ପରୀକ୍ଷଣ କରାଯାଇଛି। ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୫୦୦ କିଲୋମିଟର ରହିଛି। ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି ଅଗ୍ନି-୫ ମିଜାଇଲ।ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ ପରୀକ୍ଷଣ କରାଯାଇଛି । ବାଲେଶ୍ୱର ଉପକୁଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ଅପରାହ୍ନ ସମୟରେ ଅଗ୍ନୀ-୫ର ପରୀକ୍ଷା କରାଯାଇଛି । ଅଗ୍ନୀ-୫ର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୫୦୦ କିଲୋମିଟର ରହିଛି। ଏହା ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ମଧ୍ୟ ରଖିଛି । ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା ଏହା ପରୀକ୍ଷା କରାଯାଇଛି । ସୂଚନାନୁସାରେ, ପରୀକ୍ଷା ପୂର୍ବରୁ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରି ବଙ୍ଗୋପସାଗରକୁ ନୋ ଫ୍ଲାଏ ଜୋନ୍ ବୋଲି ଘୋଷଣା କରିଥିଲେ। ତେବେ ୪ ନମ୍ବର ଲାଞ୍ଚପ୍ୟାଡ଼ରୁ ଏହି ବ୍ୟବହାରିକ ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |