ଇଣ୍ଡିଆ ବୁକ ରେକର୍ଡ ସହ ଗୌରବ ଆଣିଲେ ଦିଲ୍ଲୀପ ମହାରଣା

ବ୍ରହ୍ମପୁର-୨୮/୧(ମନୋଜ କୁମାର ପାତ୍ର):ବ୍ରହ୍ମପୁର ମାଟି ପାଇଁ ପୁଣି ଏକ ନୂତନ ସମ୍ଭାବନା ସହ ଏକ ଗୌରବମୟ ଫର୍ଦ୍ଧରେ ନିଜର ନାମକୁ ଲେଖାଇଲେ ଦିଲ୍ଲୀପ। ଦିଲ୍ଲୀପ ମହାରଣା ପିତା ଭଗବାନ ମହାରଣା ପେସାରେ ଜଣେ ବଢ଼େଇ ବାପାଙ୍କର କାମକୁ ଦେଖି ଦେଖି ଆରମ୍ଭ କରିଥିଲେ ସୂକ୍ଷ୍ମ କଳା କାରିଗରୀର କାମ।ତେବେ ସେ ଆଜି ନିଜର ସୂକ୍ଷ୍ମ କାମ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ନିଜକୁ ସ୍ଥାନିତ କରିପାରିଛନ୍ତି। ସେ କାଠରେ ନିର୍ମିତ କରିଛନ୍ତି ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମା’ ଦୁର୍ଗାଙ୍କର ବିଗ୍ରହ।ଯାହାର ଉଚ୍ଚତା ଏକ ଇଞ୍ଚ ଓସାର ୧.୩ଇଞ୍ଚ ଲମ୍ବ । ତେବେ ଦୁର୍ଗା ପୂଜା ଅବସରରେ ସେ ମା’ଙ୍କର ଏହି ସୁନ୍ଦର ମୂର୍ତ୍ତି ନିର୍ମିତ କରିକି ପୂଜା କରିବାର ଘଟଣା ସାରା ବ୍ରହ୍ମପୁର ସହରରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା। ତେବେ ବିଶେଷ ସୂଚନା ହେଲାଯେ ଦୁର୍ଗା ଦିଲ୍ଲୀପ ମାତ୍ର ସତର ବର୍ଷ ନଅ ମାସ ନଅ ଦିନର ଏହି ବିରଳ ରେକର୍ଡର ଅଧିକାରୀ ହେବା ଏକ ବିରଳ କଥା ନିଶ୍ଚୟ। ତେବେ ଏଭଳି ଜଣେ ନାବାଳକ ହିସାବାରେ ଏହି ରେକର୍ଡ଼କୁ ଭାଙ୍ଗିବା ନିଶ୍ଚୟ ଏକ କଷ୍ଟକର ବିଷୟ ହୋଇଥିବା ବେଳେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଦିଲ୍ଲୀପଙ୍କୁ ତାଙ୍କର ରେକର୍ଡର ସମସ୍ତ ସାମଗ୍ରୀ ତାଙ୍କ ପାଖରେ ପହଞ୍ଚିବା ସହ ସେ ପୁଣି ବ୍ରହ୍ମପୁର ମାଟି ଏବଂ ଗଂଜାମ ଜିଲ୍ଲା ପାଇଁ ପୁଣି ଏକ ନୂତନ ଗୌରବ ଆଣିଥିବାର ଅଞ୍ଚଳର ବୁଦ୍ଧିଜୀବୀ ଏବଂ କଳାକାର ପ୍ରଶଂସାରେ ସତମୁଖ।ତେବେ ଏତେ ଛୋଟ ବୟସରେ ଏଭଳି ଉପଲବ୍ଧି ନିଶ୍ଚୟ ଅନେକ ଶିଳ୍ପୀକୁ ପ୍ରେରଣା ଯୋଗାଇଦେବ ।ତେବେ ଏହି ସଫଳତାର ଶ୍ରେୟ ଦିଲ୍ଲୀପ ନିଜର ବାପା,ମା ଓ ପ୍ରଭୁ ଜଗନ୍ନାଥ ଏବଂ ମା ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ଵାଦରୁ ଏହା ପାଇ ପାରିଲେ ବୋଲି ପ୍ରକାଶ କରିଛନ୍ତି।

WhatsApp Image 2021 01 28 at 3.36.26 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: