ଇଣ୍ଡୋନେଶିଆରେ ଫୁଟବଲ୍ ପଡ଼ିଆରେ ହିଂସା, ୧୨୭ ମୃତ

ନୂଆଦିଲ୍ଲୀ,୦୨/୧୦: ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅଚାନକ ଏକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଧସ୍ତାଧସ୍ତି ଏତେ ଉଗ୍ରରୂପ ନେଇଥିଲା ଯେ, ଏଥିରେ ୧୨୭ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ସମାଚାର ଏଜେନ୍ସି ରଏଟର୍ସର ରିପୋର୍ଟ ମୁତାବକ ହାରିଥିବା ଦଳ ପକ୍ଷରେ ଥିବା ଦର୍ଶକ ଅସନ୍ତୁଷ୍ଟ ହୋଇ ପଡ଼ିଆ ମଝିରେ ଆସି ଆକ୍ରମଣ ଆରମ୍ଭ କରିଥିଲେ। ପୁଲିସ ଘଟଣାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା, ଏହାପରେ ଅଣନିଃଶ୍ବାସୀ ହୋଇ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଇଣ୍ଡୋନେଶିିଆରେ ଫୁଟବଲ ମ୍ୟାଚ ସମୟରେ ବଡ଼ଧରଣର ହିଂସା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହିଂସା କାରଣରୁ ଅତିକମରେ ୧୨୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୧୬୦ ଲୋକଙ୍କ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଗୋଟିଏ ଟିମ୍ ମ୍ୟାଚ ହାରିବା ପରେ ଏହି ହିଂସା ସୃଷ୍ଟି ହୋଇଛି । ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ପୁଲିସ କହିଛି ଯେ, ଅମଙ୍ଗ ପ୍ରଶଂସକମାନେ ପୂର୍ବ ଜାଭାରେ ଏକ ମ୍ୟାଚ ସମୟରେ ଫୁଟବଲ ପଡ଼ିଆରେ ଆକ୍ରମଣ କରିଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ଅଛନ୍ତି ।  ପୂର୍ବ ଜାଭାର ପୁଲିସ ପ୍ରମୁଖ ନିକୋ ଅଫିଣ୍ଟା କହିଛନ୍ତି ଷ୍ଟାଡିୟମ ଭିତରେ ୩୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: