ଇଣ୍ଡୋନେସିଆ ପରେ ସୋଲୋମନରେ ଭୂମିକମ୍ପ

ନୂଆଦିଲ୍ଲୀ,୨୨/୧୧: ଇଣ୍ଡୋନେସିଆ ପରେ ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ । ମଙ୍ଗଳବାର ସକାଳୁ ଥରି ଉଠିଲା ସୋଲୋମନର ଭୃପୃଷ୍ଠ । ରିକ୍ଟର ସ୍ଲେଲରେ ତୀବ୍ରତା ରହିଛି ୭.୦ ରହିଛି । ଏହାକୁ ସୋଲୋମନ ଦ୍ବୀପରେ ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଇଛି । ଭୂକମ୍ପ ପରେ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ତେବେ ଭୂମିକମ୍ପ ପରେ ସୁନାମୀ ସତର୍କତା ଦିଆଯାଇଛି । ଆମେରିକାର ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ୭ଟା ୩୩ ମିନିଟରେ ସୋଲୋମନ ଦ୍ବୀପରେ ଭୂମିକମ୍ପ ଝଟକା ଲଗିଥିଲା । ଭୂମିକମ୍ପରେ ଥରି ଉଠିଥିଲା ପୂରା ଦ୍ବୀପ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୦ ରହିଛି । ଭୂମିକମ୍ପରେ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି । ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି । ଭୟଙ୍କର ଭୂମିକମ୍ପ ପରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ଲୋକ । ତେବେ ଏଥିରେ କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳିପାରିନାହିଁ । ଇଣ୍ଡୋନେସିଆର ଜାଭାରେ ସୋମବାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଏହାଯୋଗୁ  ୧୬୨ ଜଣ ପ୍ରାଣ ହରାଇଛନ୍ତି ।  ଅନ୍ୟ ୭୦୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୩୧ରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିଲା । ଏହାର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭାର ସିୟାଞ୍ଜୁର ଅଞ୍ଚଳରେ ଭୂ-ପୃଷ୍ଠରୁ ୧୦ କିମି ଗଭୀରତାରେ ଥିବା ଜଣାପଡ଼ିଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଥିଲା । ଜାଭା ଭୂକମ୍ପରେ ୧୬୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଆହତଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।…

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: