ଇତିହାସ ରଚିବ ଚଳିତ ବର୍ଷର ରଥ ନିର୍ମାଣ

ପୁରୀ,୧୫/୬(ଅକ୍ଷୟ କୁମାର ସ୍ଵାଇଁ): ଶ୍ରୀଜୀଉଙ୍କ ରଥ ନିର୍ମାଣରେ ସୃଷ୍ଟି ହେବ ଆଉ ଏକ ଇତିହାସ। ଜୁନ୍ ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚାରିନାହାକା ଉଠିବାର ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ବିଧି ଅନୁଷ୍ଠିତ ହୋଇଛି। କାମର ଅଗ୍ରଗତି ନେଇ ରଥନିର୍ମାଣ ସେବକଙ୍କୁ ଦେଢା ମଜୁରୀ ଦିଆଯାଇ କାର୍ଯ୍ୟ ହେଉଥିବାରୁ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ସ୍ନାନପୁର୍ଣ୍ଣିମା ପୂର୍ବରୁ ଉଠିବ ପୋଟଳ ଏବଂ ନେତ୍ରୋତ୍ସବର ୫ ଦିନ ପୂର୍ବରୁ ଶେଷ ହେବ ରଥନିର୍ମାଣ କାର୍ଯ୍ୟ। ଚଳିତ ବର୍ଷ ଜୁଲାଇ ୧୨ ତାରିଖ ସୋମବାର ପଡୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା   ଏହାକୁ ଦୃଷ୍ଟିରେ ରଖି ଜୋରସୋରରେ ଆଗେଇ ଚାଲିଛି ରଥନିର୍ମାଣ   ଚଳିତବର୍ଷ ଯୋଡିହେବାକୁ ଯାଉଛି ନୂଆ ଇତିହାସ। ରଥ ସଂହିତା ଅନୁସାରେ ଭଉଁରୀ ଦିନ ୩ ରଥର ନାହାକା ଚକଅଖ ଡେରା ପରେ ଲକ୍ଷଧାର୍ଯ୍ୟ ରହିଥାଏ ସ୍ନାନ ପୂର୍ଣ୍ଣିମା  ଅବସରରେ ଉଠିବ ୩ ରଥର ୪ ନାହାକା। ହେଲେ ବଦଳୁଛି ରଥ ଖଳାରେ   ନିର୍ମାଣ ବିଧି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: