ସୁନ୍ଦରଗଡ, ୧୬।୭ :ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ପଖରେ ହୋଇଥିବା ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲିସ୍ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ନିଲମ୍ୱନ କଲେ ପୋଲିସ୍ ଡିଜି । ତାଙ୍କୁ ନିଲମ୍ୱନ କରିବା ପାଇଁ ସମ୍ୱଲପୁର ଏସ୍ପି ଡିଜିଙ୍କୁ ସୁପାରିଶ କରିଥିଲେ । ସ୍ନିଗ୍ଧାରାଣୀଙ୍କ ଗାଡ଼ି ଏହି ଦୁର୍ଘଟଣା ଘଟାଇଥିଲା । ଫଳରେ ୩ ଜଣଙ୍କ ଜୀବନ ଯାଇଥିଲା ।ପୋଲିସ ଇନ୍ସପେକ୍ଟର ସିଗ୍ଧାରାଣୀ ସୁନାଙ୍କ କାର ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଇନ୍ସପେକ୍ଟର ସିଗ୍ଧାରାଣୀଙ୍କୁ ନିଲମ୍ବିତ କରାଯାଇଛି। ସୁନ୍ଦରଗଡ ଏସପିଙ୍କ ସୁପାରିଶ ପରେ ପୋଲିସ ଡିଜି ନିଲମ୍ବିତ କରିଛନ୍ତି। ଏକ ଅଟୋ ବଲାଙ୍ଗୀର ପଟୁ ସୋନପୁର ଅଭିମୁଖେ ଆସୁଥିବା ବେଳେ ସିଗ୍ଧାରାଣୀ କାରରେ ସୋନପୁର ପଟୁ ଯାଉଥିଲା। ୫୭ ନଂ ଜାତୀୟ ରାଜପଥ ଖାରି ନିକଟରେ ଉଭୟ କାର୍-ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ। ତଦନ୍ତ ବେଳେ କାରଟି ଇନ୍ସପେକ୍ଟର ସିଗ୍ଧାରାଣୀ ସୁନାଙ୍କ ଜଣାପଡିଥିଲା। ତେବେ ଦୁର୍ଘଟଣା ପରେ ସିଗ୍ଧାରାଣୀ ଓ ତାଙ୍କ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ସୋନପୁର ଜିଲା ପୋଲିସ ବଲାଙ୍ଗୀରର ହାତୀଶାଳପଡାରୁ ଇନ୍ସପେକ୍ଟର ସିଗ୍ଧାରାଣୀ ଓ ଓ ଡ୍ରାଇଭର ଅଜୟ ଜେଠୀଙ୍କୁ ତରଭା ଥାନାକୁ ଆଣିଥିଲା। ପରବର୍ତ୍ତୀ ସମୟରେ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |