ଇଫତାର ପାର୍ଟିରେ ହିନ୍ଦୁଙ୍କୁ ଦିଆଗଲା ବିଫ୍

ଢ଼ାକା,୦୧/୦୫: ଇଫ୍ତାର ପାର୍ଟରେ ପାରମ୍ପରିକ ଥାଳିରେ ବିଫ୍ ପରସା ଯିବାକୁ ନେଇ ଦେଖା ଦେଇଥିଲା ବିବାଦ । ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଖାଲେଦା ଜିଆଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଇଫତାର ପାର୍ଟିରେ ଏମିତି ବିବାଦ ଦେଖା ଦେଇଥିଲା । ସିଲହଟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିବାଦ ଦେଖା ଦେଇଥିବା ବେଳେ ସୋସିଆଲ ମିଡିଆରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।   ଏହି ଇଫତାର ପାର୍ଟି ମେନୁରେ ଗୋମାଂସ ବଦଳରେ ଅନ୍ୟ କୌଣସି ଖାଦ୍ୟର ବିକଳ୍ପ ନ‌ଥିବା କୁହାଯାଇଛି। ଏହି ଘଟଣାକୁ ନେଇ ଏବେ ଶୋସିଆଲ ମିଡିଆରେ ସୃଷ୍ଟି ହୋଇଛି ହଙ୍ଗାମା। ବାଂଲାଦେଶ ଖବରକାଗଜ ରିପୋର୍ଟ ମୁତାବକ, ଗୁରୁବାର ଦିନ ବିଏନପିର ସିଲହେଟ ୟୁନିଟ୍ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ଅତି କମରେ ୨୦ ଦଳର ନେତା ଏବଂ ହିନ୍ଦୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣତଃ ମୁସଲମାନ ଏବଂ ଅନ୍ୟ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଇଫତାର ପାଇଁ ପରସିବାକୁ ଥିବା ପ୍ଲେଟଗୁଡିକରେ ଅନ୍ୟାନ୍ୟ ଖାଦ୍ୟ ସହିତ ଗୋମାଂସ ମଧ୍ୟ ରହିଥିଲା। ଏପରିକି ହିନ୍ଦୁ ସମ୍ପ୍ରଦାୟର ନିମନ୍ତ୍ରିତ ସାମ୍ବାଦିକମାନଙ୍କୁ ଗୋମାଂସ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ବିଏନପିର ସ୍ଥାନୀୟ ହିନ୍ଦୁମାନେ ଫେସବୁକରେ ଆୟୋଜକଙ୍କୁ ନିନ୍ଦା କରିଥିଲେ। ନିମନ୍ତ୍ରଣରେ ନିଜର କ୍ରୋଧ ପ୍ରକାଶ କରି ବିଏନପିର ସ୍ଥାନୀୟ ସଦସ୍ୟ ମଣ୍ଟୁ ନାଥ ଲେଖିଛନ୍ତି ଯେ, ଗୋମାଂସ ବଦଳାଇବା ପାଇଁ ବିକଳ୍ପ ନ ଥିବାରୁ ମୁଁ ଏବଂ ଅନ୍ୟ ୨୦ଜଣ ହିନ୍ଦୁ ସହକର୍ମୀଙ୍କୁ ଉପବାସ ରହିବାକୁ ପଡ଼ିଥିଲା।  ବିଏନପି ନେତା ମଣ୍ଟୁ ନାଥ କହିଛନ୍ତି ମୁସଲିମ୍ ନେତା ମାନେ ତାଙ୍କର ଉପବାସ ଭାଙ୍ଗୁଥିବା ବେଳେ ୨୦ରୁ ଅଧିକ ହିନ୍ଦୁ ନେତା କେବଳ ନୀରବଦ୍ରଷ୍ଟା ସାଜିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: