ନୂଆଦିଲ୍ଲୀ,୦୩/୧୧:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି ମାଡ । ଇମ୍ରାନ ଖାନଙ୍କ ରାଲିରେ ଆଜି ଗୁଳିକାଣ୍ଡ ହୋଇଛି । ଏଥିରେ ନିଜେ ଇମ୍ରାନଙ୍କ ସହିତ ୮ ଜଣ ଆହତ ହୋଇଥିବା ଖବର ମିଳିଛି ।ଏହି ଆକ୍ରମଣରେ ଇମ୍ରାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଲି ଚାଲିଥିବା ସମୟରେ ଅଚାନକ ସେଠାରେ ଫାୟାରିଙ୍ଗ ହୋଇଥିଲା । ତେବେ ସମସ୍ତଙ୍କୁ ମେଡିକାଳରେ ଭର୍ତ୍ତି କରାଯିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଆକ୍ରମଣ ମାମଲାରେ ଜଣଙ୍କୁ କରିଛି ପୋଲିସ । ଏହି ଗୁଳିକାଣ୍ଡ ୱଜିରାବାଦ ଆଲ୍ଲା ହୋ ଚୌକ ନିକଟରେ ହୋଇଛି। କୁହାଯାଉଛି ଅଜ୍ଞାତ ଆତତାୟୀମାନେ ଇମ୍ରାନ ଖାନଙ୍କ କଣ୍ଟୈନର ଉପରକୁ ଧୁଆଁଧାର ଗୁଳି ଚଳାଇଥିଲେ। ଆକ୍ରମଣରୁ ଇମ୍ରାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହେଲେବି ସେ ଆହତ ହୋଇଥିବା କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |