ଇରଫାନ୍ ଙ୍କୁ ମନେପକାଇବ ‘ଅପନୋ ସେ ବେୱାଫାଇ’..

ମୁମ୍ବାଇ,୩/୪:ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଇରଫାନ୍ ଖାନ୍ ତାଙ୍କର ଉତ୍କୃଷ୍ଟ ଅଭିନୟ ଓ ଦମଦାର ସଂଳାପ ପାଇଁ ବେଶ ଜଣାଶୁଣା। ଆଜି ସିନା ଅଭିନେତା ଆମ ଗହଣରେ ନାହାନ୍ତି ଅଭିନେତାଙ୍କ ଯିବାର ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଚରିତ୍ର ଓ ଚଳଚ୍ଚିତ୍ର ସବୁବେଳେ ତାଙ୍କ ଉପସ୍ଥିତିକୁ ଜାହିର ରଖିଛି। ତେବେ ବର୍ତ୍ତମାନ ଇର୍‌ଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଅଭିନେତାଙ୍କର ଏକ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଇରଫାନ୍ ଖାନଙ୍କ ଫିଲ୍ମ ‘ଅପନୋ ସେ ବେୱାଫାଇ’ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ପୀୟୁଷ ଶାହା ଏ ବିଷୟରେ କହିଛନ୍ତି ଯେ “ଆମେ ଚାହୁଁଥିଲୁ ଯେ ଦର୍ଶକମାନେ ଆମର ଏହି ପ୍ପାରିବାରିକ ମନୋରଞ୍ଜନ ଫିଲ୍ମକୁ ଦେଖନ୍ତୁ।” କିନ୍ତୁ ଏପ୍ରିଲ୍ ୨୯ ପୂର୍ବରୁ ତିନୋଟି ଚଳଚ୍ଚିତ୍ର ରିଲିଜ୍ ହେବାର ଥିଲା। ଚଳଚ୍ଚିତ୍ର ‘ଅପନୋ ସେ ବେୱାଫାଇ’କୁ ୨୦୧୯ରେ CBFC ରୁ ସାର୍ଟିଫିକେଟ୍ ମିଳିଯାଇଥିଲା୍, ଯାହା ପରେ ନିର୍ମାତା ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ପରେ ପୁଣିଥରେ କରୋନା ଭାଇରସ୍ କାରଣରୁ ଫିଲ୍ମଟି ରିଲିଜ୍ ହୋଇପାରିଲା ନାହିଁ। ଏହାକୁ ନେଇ ପୀୟୁଷ ଶାହା କହିଛନ୍ତି ଯେ, “ଆମେ ଏପ୍ରିଲ୍ ୨୦୨୦ରେ ‘ଅପନୋ ସେ ବେୱାଫାଇ’ ଫିଲ୍ମ ରିଲିଜ୍ କରିବାକୁ ଚାହୁଁଥିଲୁ। ଏହି ଚଳଚ୍ଚିତ୍ରଟି ‘ଅଙ୍ଗ୍ରେଜି ମିଡିୟମ’ର ଠିକ୍ ପରେ ମୁକ୍ତିଲାଭ କରିବାକୁ ଥିଲା, କିନ୍ତୁ ତା’ପରେ ଲକଡାଉନ୍ ହେବାରୁ ଫିଲ୍ମର ରିଲିଜ୍ ଯୋଜନାକୁ ସ୍ଥଗିତ ରଖିବାକୁ ପଡିଲା। ତେବେ ଫିଲ୍ମକୁ ନେଇ ଇରଫାନଙ୍କୁ କ’ଣ ମତ ଥିଲା ସେ ଏହା ମଧ୍ୟ କହିଛନ୍ତି। ପୀୟୁଷ କହିଛନ୍ତି ଯେ “ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ ଏବଂ ସେ ମୋତେ କହିଥିଲେ ଫିଲ୍ମକୁ ରିଲିଜ୍ କରିଦିଅନ୍ତୁ, ମୋର ସମ୍ପୂର୍ଣ୍ଣ ସମର୍ଥନ ତୁମ ସହିତ ଅଛି।” ଏପ୍ରିଲ୍ ୨୯, ୨୦୨୦ରେ ଅଭିନେତା ଇରଫାନ୍ ଖାନ୍ ଦୁନିଆରୁ ବିଦାୟ ଦେଇଥିଲେ। କର୍କଟ ରୋଗ କାରଣରୁ ୫୪ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: