ଇରାନର ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ

ତେହରାନ,୨୫ା୫: ଇରାନ ଗୁରୁବାର ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ପରୀକ୍ଷା ଇସ୍ରାଏଲ ଏବଂ ଆମେରିକାକୁ ଚେତାବନୀ ଦେବାକୁ କରାଯାଇଛି। ପରୀକ୍ଷଣ ସହିତ ଇରାନ କହିଛି ଯେ, ଏହା ଶତ୍ରୁମାନଙ୍କର କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ। ଇରାନର ଖେର୍ସମସହର-୪  କ୍ଷେପଣାସ୍ତ୍ର ସାଉଦି ଆରବରୁ ଇସ୍ରାଏଲ ଏବଂ ମଧ୍ୟ ପୂର୍ବ ଅଞ୍ଚଳ ପର୍ଯ୍ୟନ୍ତ ଆମେରିକାର ଟାର୍ଗେଟ୍‌କୁ ନଷ୍ଟ କରିପାରେ। ଏହି କ୍ଷେପଣାସ୍ତ୍ରର ଓଜନ ୧୫୦୦ କିଲୋଗ୍ରାମ। ଏହା ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଅଧିକାରୀମାନେ ମଧ୍ୟ ଏହାର ଫୁଟେଜ ଜାରି କରିଛନ୍ତି। ଗୁରୁବାର ଇରାନ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଯାହା ଇସ୍ରାଏଲ ଏବଂ ଆମେରିକାକୁ ଚେତାବନୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!