ନୂଆଦିଲ୍ଲୀ,୮।୯: ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ । ବେବୀରାଣୀ ବୁଧବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବାର ସମ୍ଭାବନା ଥିବାରୁ ମୌର୍ଯ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଉତ୍ତରାଖଣ୍ଡର ଦ୍ୱିତୀୟ ମହିଳା ରାଜ୍ୟପାଳ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବା ବେବୀ ରାଣୀ ୩ ବର୍ଷ ପରେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ମାର୍ଗାରେଟ ଆଲଭାଙ୍କ ପରେ ଦ୍ୱିତୀୟ ମହିଳା ଭାବରେ ବେବୀ ରାଣୀ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ରାଜ୍ୟପାଳ ହେବା ପୂର୍ବରୁ ମୌର୍ଯ୍ୟ ଆଗ୍ରାର ମେୟର ତଥା ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରି ସାରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |