ଇସ୍ରୋର ବୈଜ୍ଞାନିକ ହେଲେ ବାଲେଶ୍ଵରର ଅଭିଷେକ

ବାଲେଶ୍ଵର,୯/୬: ବାଲେଶ୍ଵର ଜିଲ୍ଲା ଅଙ୍ଗାରଗଡ଼ିଆ ଅଂଚଳର ଅଭିଷେକ ପରିଡା। ଡ଼ଃ ଗଜେନ୍ଦ୍ର ପ୍ରସାଦ ପରିଡା ମାତା ମିନାକ୍ଷୀ ନଳିନୀ ରାଉତଙ୍କ ପୁଅ ଅଭିଷେକ । ପୂର୍ବରୁ ବାପା ସ୍ଵର୍ଣଚୁଡ଼ ମହାବିଦ୍ୟାଳୟରେ ଅଧ୍ଯକ୍ଷ ଥିବା ବେଳେ ମାତା ମିତ୍ରପୁର ଚାଚାଜି ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି। ଅଭିଷେକ ପିଲାଦିନେ ଅଯୋଧ୍ୟା ଅଂଚଳରେ ଜନ୍ମ ଗ୍ରହଣ କରିଥିବା ବେଳେ ସେ ଅଯୋଧ୍ୟା ଗାଁ ୟୁପି ଓ ଏମଇ ସ୍କୁଲରେ ପାଠ ପଢିବା ପରେ ବାଲେଶ୍ଵରରେ ହାଇସ୍କୁଲରେ ପାଠ ପଢିବା ପରେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ। ନିଜକୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖି ମନ ଲଗାଇ ପାଠ ପଢି ଚାଲିଥିଲେ।ଆଇଆଇଟି ଭୁବନେଶ୍ୱରର ଏମଟେକରେ ୨୦୧୯ ମସିହାରେ ସେ ଟପ୍ପର ହୋଇଥିଲେ। ପରେ ଅମେରିକାଲ ମଲଟି ନେସନାଲ କମ୍ପାନୀରେ ଚାକିରୀ କରିଥିଲେ। ହେଲେ ମନଥିଲା ଇସ୍ରୋର ଏକ ବୈଜ୍ଞାନିକ ହେବାକୁ।ପରେ ଗତ ମର୍ଚ୍ଚମାସ ପରୀକ୍ଷା ଦେବାପରେ ଜୁନ ୨ ତାରିଖରେ ସେ ଇସ୍ରୋର ବୈଜ୍ଞାନିକ ହୋଇପାରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: