ମାଲକାନଗିରି,୨୦/୫(ଶ୍ରୀନିବାସ ପଣ୍ଡା/ଭିକି ବାରିକ):କାଲିମେଳା ଅଞ୍ଚଳରେ ଗତକାଲି ଅପରାହ୍ନରେ ଅଦିନିଆଁ କାଳ ବୈଶାଖୀ ଯୋଗୁ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ, ଅନେକ କ୍ଷୟ କ୍ଷତି ହେଇଛି। ଘଟଣାରୁ ପ୍ରକାଶ କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୫ ଗ୍ରାମ ଉପକଣ୍ଠ କିଛି ନୀଳଗିରି ଚାଷ ହେଇଥିବା ଜମି ଉପରେ ଇଲେଭେନ କେବି ବିଦ୍ୟୁତ ତାର ଯାଇଛି। ଗତକାଲି ହେଇଥିବା କାଳ ବୈଶାଖୀ ପବନରେ ତାର ଛିଣ୍ଡି ମାଟିକୁ ସ୍ପର୍ଶ କରିବାରୁ ମାଟିରେ ବିଦ୍ୟୁତ ପ୍ରବାହିତ ହେବା ଦ୍ୱାରା ଗୋଟିଏ ଗାଈ ସମେତ ବିରାଟ ଅଜଗର ସାପ, ବାଦୁଡି ଏବଂ କୋଇଲି ମରି ଯାଇଥିଲେ।
ବିଦ୍ୟୁତ ତାର ମାଟିରେ ଲାଗିବା ମାତ୍ରେ ସବ ଷ୍ଟେସନରେ ଥିବା ବ୍ରେକର ସ୍ୱୟଂକ୍ରିୟ ଭାବେ ବିଦ୍ୟୁତ ସରବରାହ ଛିନ୍ନ କରିଥାଏ। ଏଠାରେ ବ୍ରେକର କାମ ନକରିବା ଆଶ୍ଚର୍ଯ୍ୟର ବିଷୟ। ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଦ୍ୟୁତ ବିଭାଗ ନିୟମିତ ଭାବେ ଏସବୁର ତଦାରଖ କରୁନାହିଁ। ଫଳତଃ ଏଭଳି ଦୁର୍ଘଟଣା ଘଟୁଛି। ସୌଭାଗ୍ୟର ବିଷୟ କୌଣସି ଲୋକ ସେ ସମୟରେ ଯାଇନାହାନ୍ତି। ନଚେତ ଆହୁରି ଅନେକ କ୍ଷୟକ୍ଷତି କୁ ରୋକାଯାଇପାରିନଥାନ୍ତା। ବିଦ୍ୟୁତ ବିଭାଗ ଏ ଘଟଣାକୁ ଗୁରୁତ୍ତର ସହ ନେଇ ଗାଈ ମାଲିକଙ୍କୁ କ୍ଷତିପୂରଣ ଦେବା ସହ ଭବିଷ୍ୟତ ପାଇଁ ଯତ୍ନଶୀଳ ହେବା ଆବଶ୍ୟକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |